ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଆକ୍ସନ ମୋଡକୁ ଆସିଯାଇଛି ବ୍ରହ୍ମପୁର ମହାନଗର ନିଗମ । ବେଆଇନ କୋଠା ନିର୍ମାଣକାରୀଙ୍କୁ ଆଉ ବରଦାସ୍ତ କରାଯିବନି । ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ନିଜ ଭୁଲ ସୁଧାରିବାକୁ ଦିଆଯାଇଛି ୧୫ ଦିନ ସମୟ। ଏହାପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ବିଏସ୍ସି କମିଶନର ଜେ. ସୋନାଲ ।
ବ୍ରହ୍ମପୁର ସହରରେ ବହୁ ସଂଖ୍ୟାରେ କୋଠା ବେନିୟମ ଭାବେ ଗଢ଼ି ଉଠିଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଏଥିଯୋଗୁ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଟ୍ରାଫିକ ବ୍ୟବସ୍ଥା। କିଏ ଅନୁମତି ନ ନେଇ ସୁଉଚ୍ଚ ଅଟ୍ଟାଳିକା ଗଢ଼ି ତୋଳିଛି ତ କିଏ ଅନୁମତି ପାଇଥିବା ବେଳେ ତାହାକୁ ଖିଲାପ କରି ବିଲ୍ଡିଂ କରିଛି।
[caption id="attachment_787763" align="aligncenter" width="650"]
ପ୍ରଥମ ପର୍ଯ୍ୟାୟରେ ଏପରି ଶହେ କୋଠାକୁ ଚିହ୍ନଟ କରାଯାଇ ନୋଟିସ ଜାରି କରାଯାଇଛି। ନିଜ ଭୁଲ୍, ତ୍ରୁଟି ସୁଧାରିବାକୁ ସେମାନଙ୍କୁ ୧୫ ଦିନ ସମୟ ଦିଆଯିବ । ଏହା ମଧ୍ୟରେ ଆଇନ ଅନୁଯାୟୀ, ନିଜ ତ୍ରୁଟି ନ ସୁଧାରିଲେ ପଦକ୍ଷେପ ନିଆଯିବ ବୋଲି ଶୁଣାଇ ଦେଇଛନ୍ତି ବିଏମ୍ସି କମିଶନର।
ବିଏମସି କମିଶନର କହିଛନ୍ତି, ବହୁ ସଂଖ୍ୟାରେ ବ୍ରହ୍ମପୁର ସହରର ବାସିନ୍ଦା ଉପଯୁକ୍ତ ପ୍ଲାନ୍ ନ ନେଇ କୋଠା ନିର୍ମାଣ କରିଛନ୍ତି। ଉପଯୁକ୍ତ ପ୍ଲାନ୍ ନେଇ କୋଠା କରିଥିବା ଲୋକଙ୍କ ସଂଖ୍ୟା ବହୁତ କମ୍ । ଏଥିଯୋଗୁ ବହୁ ସମସ୍ୟା ଦେଖାଦେଉଛି।
ପ୍ରଥମେ ନିୟମ ଉଲ୍ଲଘଂନକାରୀ ଆର୍ଥିକ ସ୍ୱଚ୍ଛଳ ତଥା ଧନୀ ଶ୍ରେଣୀର ଲୋକଙ୍କୁ ନୋଟିସ ପଠାଯାଇଛି। ଏହାପରେ ମଧ୍ୟମ ଓ ପରେ ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କୁ ନୋଟିସ କରାଯିବ । ଯିଏ ବି ଆଇନ ଉଲ୍ଳଘଂନ କରିଥିବ, କେହି ବଞ୍ଚି ପାରିବେନି । ସମସ୍ତଙ୍କୁ ଏଥିପାଇଁ ଦଣ୍ଡିତ କରାଯିବ ତଥା ଫାଇନ ଆଦାୟ କରାଯିବ ।