Advertisment

ବନ୍ଦ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ଦାରୁଠେଙ୍ଗ ବାସିନ୍ଦାଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଲା ବିଏମ୍‌ସି। ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ଦାରୁଠେଙ୍ଗ ଡମ୍ପିଂୟାର୍ଡ। ଆସନ୍ତା ୬ ରୁ ୮ ମାସ ମଧ୍ୟରେ ଦାରୁଠେଙ୍ଗ ସମେତ ଭୁଆଶୁଣି ଏବଂ ସୈନିକ ସ୍କୁଲ ନିକଟରେ ଥିବା ଟ୍ରାନଜିଟ୍ ୟାର୍ଡକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ। ଡମ୍ପିଂୟାର୍ଡ ବଦଳରେ ଏଣିକି ସହରରେ ୪୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କରାଯିବ। ସମସ୍ତ ଡମ୍ପିଂୟାର୍ଡକୁ ବାଇଓ-ମାଇନିଂ କରାଯିବ ବୋଲି ବିଏମ୍‌ସି […]

ବନ୍ଦ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡ

bmc

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ଦାରୁଠେଙ୍ଗ ବାସିନ୍ଦାଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଲା ବିଏମ୍‌ସି। ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ଦାରୁଠେଙ୍ଗ ଡମ୍ପିଂୟାର୍ଡ।

Advertisment

ଆସନ୍ତା ୬ ରୁ ୮ ମାସ ମଧ୍ୟରେ ଦାରୁଠେଙ୍ଗ ସମେତ ଭୁଆଶୁଣି ଏବଂ ସୈନିକ ସ୍କୁଲ ନିକଟରେ ଥିବା ଟ୍ରାନଜିଟ୍ ୟାର୍ଡକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ। ଡମ୍ପିଂୟାର୍ଡ ବଦଳରେ ଏଣିକି ସହରରେ ୪୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କରାଯିବ। ସମସ୍ତ ଡମ୍ପିଂୟାର୍ଡକୁ ବାଇଓ-ମାଇନିଂ କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି।

ଦୀର୍ଘଦିନ ଧରି ଦାରୁଠେଙ୍ଗ ଡମ୍ପିୟାର୍ଡକୁ ସବୁଦିନ ପାଇଁ ବନ୍ଦ କରିବାକୁ ଗାଁ ଲୋକେ ଦାବି କରିଆସୁଥିଲେ। ତେଣୁ ଦାରୁଠେଙ୍ଗ ଡମ୍ପିୟାର୍ଡ ସହ ଭୁଆଶୁଣି ସୈନିକ ସ୍କୁଲ ନିକଟରେ ଥିବା ଟ୍ରାନଜିଟି ୟାର୍ଡକୁ ମଧ୍ୟ ସମ୍ପୂର୍ଣ୍ଣଭାବେ ବନ୍ଦ କରାଯିବ। ସ୍ମାର୍ଟସିଟିରୁ ବାହାରୁଥିବା କୁଢକୁଢ ଅଳିଆକୁ ଏଥର ନୂତନ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଓ୍ୱାର୍ଡ ମଧ୍ୟରେ ହିଁ କମ୍ପୋଷ୍ଟ କରାଯିବ। ବିଏମ୍‌ସିର ଏହି ନିଷ୍ପତ୍ତିକୁ ଦାରୁଠେଙ୍ଗ ବାସିନ୍ଦା ସ୍ୱାଗତ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe