Advertisment

ଜଣଙ୍କ ଜୀବନ ନେଲା ବିଏମ୍‌ସି ଅଳିଆ ଗାଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଏମ୍‌ସି ଅଳିଆ ଗାଡ଼ି ଚକା ତଳେ ଚାଲିଗଲା ଜୀବନ। ଭୁବନେଶ୍ୱର ଭିଏସ୍ଏସ୍ ନଗର ଅଳିଆ ଗଦା ନିକଟରେ ଜଣେ ମହିଳାଙ୍କ ଉପରେ ଗାଡ଼ି ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତଦେହକୁ ରଖି ଭିଏସ୍ଏସ୍ ନଗର ସୈନିକ ସ୍କୁଲ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସେଠାରେ ଚାପା ଉତ୍ତେଜନା ଦେଖାଦେଇଛି। ମୃତକ ଜଣକ ସ୍ଥାନୀୟ ବସ୍ତିର ସୁକାନ୍ତି ନାୟକ। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା […]

author-image
Niranjan Mishra
ଅଦ୍ୟତନ ହୋଇଛି
ଜଣଙ୍କ ଜୀବନ ନେଲା ବିଏମ୍‌ସି ଅଳିଆ ଗାଡ଼ି

accident'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଏମ୍‌ସି ଅଳିଆ ଗାଡ଼ି ଚକା ତଳେ ଚାଲିଗଲା ଜୀବନ। ଭୁବନେଶ୍ୱର ଭିଏସ୍ଏସ୍ ନଗର ଅଳିଆ ଗଦା ନିକଟରେ ଜଣେ ମହିଳାଙ୍କ ଉପରେ ଗାଡ଼ି ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତଦେହକୁ ରଖି ଭିଏସ୍ଏସ୍ ନଗର ସୈନିକ ସ୍କୁଲ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସେଠାରେ ଚାପା ଉତ୍ତେଜନା ଦେଖାଦେଇଛି। ମୃତକ ଜଣକ ସ୍ଥାନୀୟ ବସ୍ତିର ସୁକାନ୍ତି ନାୟକ। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Advertisment

ସୁକାନ୍ତି ତାଙ୍କ ସମ୍ପର୍କିୟଙ୍କ ସହ ଏକ ବାଇକ୍‌ରେ ଯାଉଥିବା ବେଳେ ପଛରୁ ଧକ୍କା ଦେଇଥିଲା ଟ୍ରକ୍। ଦୁର୍ଘଟଣା ପରେ ପ୍ରାୟ ୧୦୦ ମିଟର ଦୂରକୁ ମୃତ ଦେହ ଘୋଷାଡି ନେଇଥିଲା। ପ୍ରତିଦିନ ଭଳି ଭିଏସ୍ଏସ୍ ନଗର ଅଳିଆ ଗଦାରୁ ଏହି ଟ୍ରକ୍ ଅଳିଆ ନେଇ ଦାରୁଠେଙ୍ଗ ଯାଉଥିଲା। ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ସେପଟେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଛି।

ଉତ୍ତେଜନା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଲୋକଙ୍କୁ ବୁଝାସୁଧା କରି ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ହଟାଇବା ବେଳେ ବିରୋଧ ହୋଇଥିଲା। ଏଥିଯୋଗୁ ପୁଲିସ ମୃଦୁ ଲାଠି ଚାଳନା କରିଛି। ଉତ୍ତ୍ୟକ୍ତ ଲୋକେ ମଧ୍ୟ ପୁଲିସ ଉପରେ ଢେଲା, ପଥର ମାଡ଼ କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳ ରଣାଙ୍ଗନାରେ ପରିଣତ ହୋଇଛି।

Advertisment

ସୂଚନା ଥାଉକି, ଏହା ଆଗରୁ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ମଧ୍ୟ ଏପରି ଏକ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ପରେ ଲୋକଙ୍କ ପ୍ରବଳ ବିରୋଧକୁ ଦେଖି ବିଏମ୍‌ସି ମୃତକଙ୍କ ପରିବାର ଲକ୍ଷାଧିକ ଟଙ୍କା କ୍ଷତିପୂରଣ ଦେଇଥିଲା।