Advertisment

ତୃତୀୟ ବୈଠକ ବି ପାଣି ଫାଟିଲା, ଦାରୁଠେଙ୍ଗବାସୀ ଜିଦ୍‌ରେ ଅଟଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃତୀୟ ବୈଠକ ବି ପାଣି ଫାଟିଲା। ଭୁବନେଶ୍ୱର ଉପକଣ୍ଠ ଭୁଆସୁଣି ଡମ୍ପିଂୟାର୍ଡ ଅଚଳାବସ୍ଥା ନେଇ ଆଜିର ବିଏମ୍‌ସି ବୈଠକରେ ମଧ୍ୟ କୌଣସି ନିଷ୍ପତ୍ତି ବାହାରିପାରିନାହିଁ। କାରଣ ଅଳିଆ ପକାଇବାକୁ ବିରୋଧ କରୁଥିବା ଦାରୁଠେଙ୍ଗବାସୀ ଜିଦ୍‌ରେ ଅଟଳ ରହିଛନ୍ତି। ଗ୍ରାମସଭାରେ ନିଷ୍ପତ୍ତି ପରେ ଯାହା କିଛି ସୂଚନା ଦେବେ ବୋଲି ରୋକଠୋକ୍ କହିଛନ୍ତି। ତେଣୁ ବିଏମସି ପାଇଁ ବଢୁଛି ଅଳିଆ ପକାଇବା ଚିନ୍ତା। ଏବେ ସହରର ବିଭିନ୍ନ ସ୍ଥାନରେ ଗଦା ହୋଇ ରହିଛି ଅଳିଆ। ଭୁବନେଶ୍ୱରରୁ […]

ଅଦ୍ୟତନ ହୋଇଛି
ତୃତୀୟ ବୈଠକ ବି ପାଣି ଫାଟିଲା, ଦାରୁଠେଙ୍ଗବାସୀ ଜିଦ୍‌ରେ ଅଟଳ

daruthenga]

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃତୀୟ ବୈଠକ ବି ପାଣି ଫାଟିଲା। ଭୁବନେଶ୍ୱର ଉପକଣ୍ଠ ଭୁଆସୁଣି ଡମ୍ପିଂୟାର୍ଡ ଅଚଳାବସ୍ଥା ନେଇ ଆଜିର ବିଏମ୍‌ସି ବୈଠକରେ ମଧ୍ୟ କୌଣସି ନିଷ୍ପତ୍ତି ବାହାରିପାରିନାହିଁ। କାରଣ ଅଳିଆ ପକାଇବାକୁ ବିରୋଧ କରୁଥିବା ଦାରୁଠେଙ୍ଗବାସୀ ଜିଦ୍‌ରେ ଅଟଳ ରହିଛନ୍ତି। ଗ୍ରାମସଭାରେ ନିଷ୍ପତ୍ତି ପରେ ଯାହା କିଛି ସୂଚନା ଦେବେ ବୋଲି ରୋକଠୋକ୍ କହିଛନ୍ତି। ତେଣୁ ବିଏମସି ପାଇଁ ବଢୁଛି ଅଳିଆ ପକାଇବା ଚିନ୍ତା। ଏବେ ସହରର ବିଭିନ୍ନ ସ୍ଥାନରେ ଗଦା ହୋଇ ରହିଛି ଅଳିଆ। ଭୁବନେଶ୍ୱରରୁ ବାହାରୁଥିବା ଅଳିଆକୁ ଦାରୁଠେଙ୍ଗ ଭୁଆସୁଣି ଡମ୍ପିଂୟାର୍ଡରେ ପକାଇବାକୁ ଯାଇଥିବା ଗାଡ଼ି ମଧ୍ୟ ଲୋଡିଂ ହୋଇ ପଡ଼ି ରହିଛି।

Advertisment

ସୂଚନା ମୁତାବକ, ଏହି ସମସ୍ୟାର ସମାଧାନ ନିମନ୍ତେ ଆଜି ପୁଣି ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିଲା ତୃତୀୟ ପର୍ଯ୍ୟାୟ ଆଲୋଚନା। ବିଏମ୍‌ସି ଅଫିସ୍‌ ସମ୍ମିଳନୀ କକ୍ଷରେ ଏହି ବୈଠକ ହୋଇଥିଲା। ଏଥିରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଦାରୁଠେଙ୍ଗ ସରପଞ୍ଚଙ୍କ ସମେତ ୩୦ଜଣ ପ୍ରତିନିଧି ସାମିଲ ହୋଇଥିଲେ। ବିଏମ୍‌ସି କମିଶନର ଓଡିଶା ବାହାରେ ଥିବା କାରଣରୁ ଭର୍ଚୁଆଲରେ ଆଲୋଚନାରେ ଭାଗନେଇଥିଲେ।

ବୈଠକରେ ଭୁଆଶୁଣିରେ ସମ୍ପୂର୍ଣ୍ଣ ଡମ୍ପିଂ ବନ୍ଦ କରିବା ପାଇଁ ବିଏମସି ପକ୍ଷରୁ ୯ ମାସର ମହଲତ ମଗାଯାଇଥିଲା। ଏବେ ଅଳିଆ ଗଦାଇବାକୁ ଦିଆଯାଉ ବୋଲି କୁହାଯାଇଥିଲା। ହେଲେ ଏହାକୁ ଉପସ୍ଥିତ ଦାରୁଠେଙ୍ଗବାସୀ ବିରୋଧ କରିଥିଲେ। ଏନେଇ ଗ୍ରାମସଭାରେ ନିଷ୍ପତ୍ତି ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ଗ୍ରାମବାସୀ। ସେପର୍ଯ୍ୟନ୍ତ ଭୁଆଶୁଣିଠାରେ ଅଳିଆ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ।

Advertisment

ସେପଟେ ସାମୟିକ ଭାବେ ଭୁଆଶୁଣିଠାରେ ୧୦୩ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ବାୟୋ ମାଇନିଂ ପ୍ଲାଣ୍ଟ କାମ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

ସୂଚନା ଥାଉକି, ଭୁବନେଶ୍ୱର ଉପକଣ୍ଠ ଭୁଆସୁଣି ଡମ୍ପିଂୟାର୍ଡ ଅଚଳାବସ୍ଥା ଦୂର କରିବା ନିମନ୍ତେ ସମାଧାନ ପାଇଁ ବାରମ୍ବାର ବୈଠକ ବସୁଥିଲେ ବି ନିଷ୍କର୍ସ ବାହାରିପାରୁନି। ଲଗାତର ୨ ଥର ଆଲୋଚନା ବିଫଳ ପରେ ଆଜି ହୋଇଥିବା ତୃତୀୟ ବୈଠକ ପୁଣି ବିନା ଫଇସଲାରେ ଶେଷ ହୋଇଛି।

ଏନେଇ ବିଏମସି ମେୟର ସୁଲୋଚନା ଦାସ ବୈଠକ ପରେ କହିଛନ୍ତି, ଦୁଇଦିନ ଭିତରେ ନିଶ୍ଚୟ ସମାଧାନର ଖବର ମିଳିବ। ସେହିପରି ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତି କହିଛନ୍ତି, ବୈଠକରେ ଏବେ ବାୟୋମାଇନିଂ ନ କରିବାକୁ ନିଷ୍ପତ୍ତି ହୋଇଛି। ଅଳିଆ ବନ୍ଦ କରିବା ପରେ ବାୟୋମାଇନିଂ ପ୍ରକଳ୍ପ କରାଯିବ। ଅନ୍ୟପଟେ ଅଳିଆ ନଗଦାଇବା ନିମନ୍ତେ ୯ ମାସ ସମୟ ମାଗିଥିଲେ। ହେଲେ ଏନେଇ କୋର୍ଟରେ ମାମଲା ରହିଛି। ତେଣୁ ଏ ବାବଦରେ ବିଧିବଦ୍ଧ ନିଷ୍ପତ୍ତି କୋର୍ଟରେ ହେବ। ଦୁଇଦିନ ପରେ ଗ୍ରାମ ସଭା କରାଯିବ। ଏଥିରେ ଯାହା ନିଷ୍ପତ୍ତି ହେବ ଜଣାଇ ଦିଆଯିବ। ତେବେ ୨୦୦୮ରୁ ଅଳିଆ ଗଦାଇବା ନେଇ ଜାରି ରହିଥିବା ବିରୋଧ ଆଗକୁ ମଧ୍ୟ ଜାରି ରହିବ।

ଏନେଇ ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଦୁଇଦିନ ପରେ ଗ୍ରାମବାସୀ ବୈଠକ କରିବେ ବୋଲି ଜଣାଇଛନ୍ତି। ତେଣୁ ଭୁବନେଶ୍ୱର ସଫେଇରେ କୌଣସି ଅସୁବିଧା ହେବ। ଉଭୟ ଭୁବନେଶ୍ୱର ଓ ଦାରୁଠେଙ୍ଗ ନିଟ୍‌ ଆଣ୍ଡ କ୍ଲିନ୍ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe