Advertisment

Matric Exam: ଦିନକ ପରେ ମାଟ୍ରିକ୍ ପରୀକ୍ଷା; ଜାଣନ୍ତୁ, କେଉଁ ନିୟମକୁ କୋହଳ କଲା ବୋର୍ଡ

ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।  ଚଳିତ ବର୍ଷ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି।

author-image
Jitendra Garnayak
Board Office

ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। 
ଚଳିତ ବର୍ଷ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ୩୨୨ଟି ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପହଞ୍ଚିଥିବାବେଳେ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦିନ ସକାଳେ ପ୍ରଶ୍ନପତ୍ର ପହଞ୍ଚିବ। 

Advertisment

ପ୍ରଶ୍ନପତ୍ରଗୁଡ଼ିକୁ ୪ ସ୍ତରୀୟ ସିଲ୍‌ କରାଯାଇ ସିଲ୍‌ ବ୍ୟାଗରେ ପରୀକ୍ଷା କେନ୍ଦ୍ରକୁ ପଠାଯିବ। ବନ୍ଧୁକଧାରୀ ପୁଲିସ ଗାଡ଼ିରେ ପ୍ରଶ୍ନପତ୍ର ନେଇ ପରୀକ୍ଷା କେନ୍ଦ୍ରକୁ ଯିବେ।

ପରୀକ୍ଷା ପରିଚାଳନାରେ ନିୟୋଜିତ ଥିବା କୌଣସି ଅଧିକାରୀ ଓ କର୍ମଚାରୀ ମୋବାଇଲ ଫୋନ୍ ବ୍ୟବହାର କରିପାରିବେ ନାହିଁ ବୋଲି କଡ଼ା ଚେତାବନୀ ଦେଇଛି ବୋର୍ଡ। ପରୀକ୍ଷା ସକାଳ ୯ ଟାରେ ଆରମ୍ଭ ହେଉଥିବାବେଳେ ୮.୧୫ ମିନିଟରେ ପରୀକ୍ଷା କେନ୍ଦ୍ର ଗେଟ୍‌ ଖୋଲାଯିବ। ପରୀକ୍ଷାର୍ଥୀଙ୍କ ପ୍ରବେଶ ପରେ ୮.୪୫ ମିନିଟ ସମୟରେ ଓଏମଆର ଦିଆଯିବ। ସକାଳ ୯ ଟା ରୁ ୧୧.୩୦ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ପରୀକ୍ଷା କରାଯିବାକୁ ଥିବାବେଳେ ଯଦି କୌଣସି ପରୀକ୍ଷାର୍ଥୀ ଅସୁବିଧା ଯୋଗୁଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରୁ ନାହାନ୍ତି, ତା’ହେଲେ ୯.୩୦ ପର୍ଯ୍ୟନ୍ତ ପରୀକ୍ଷା ହଲକୁ ଛଡ଼ାଯାଇପାରିବ। ପୂର୍ବରୁ ଏହାକୁ ୯.୧୫ ମିନିଟ ଧାର୍ଯ୍ୟ କରାଯାଇଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ଆଉ ୧୫ ମିନିଟ୍ ବଢ଼ାଇ ଦିଆଯାଇଛି। 

Advertisment

ବିଳମ୍ୱ ଯୋଗୁ ପିଲାମାନେ ଯେପରି ପରୀକ୍ଷାରୁ ବଞ୍ଚିତ ନ ହେବେ, ସେଥିପାଇଁ ବୋର୍ଡ ନିୟମକୁ ସାମାନ୍ୟ କୋହଳ କରିଛି। ଏହାସହ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ସେମାନେ ଉପଯୁକ୍ତ ପ୍ରମାଣ ପତ୍ର ଦେଖାଇ ତାଙ୍କ ପାଇଁ ସ୍କ୍ରାଇବ ବା ସହାୟକ ଲେଖକ ନେଇପାରିବେ। ଏ ନେଇ ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ବ୍ୟବସ୍ଥା ଯୋଗାଇଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। 

କଟକ ବୋର୍ଡ ମୁଖ୍ୟାଳୟରେ ଖୋଲାଯାଇଛି ଅତ୍ୟାଧୁନିକ ‘କମାଣ୍ଡ କଣ୍ଟ୍ରୋଲ ରୁମ୍’। କମାଣ୍ଡ କଣ୍ଟ୍ରୋଲ ରୁମ୍‌ ଜରିଆରେ ପ୍ରତିଟି ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର ଉପରେ ରହିଛି ୨୪ ଘଣ୍ଟିଆ ନଜର ରଖାଯିବ। ପୂର୍ବ ବର୍ଷମାନଙ୍କରେ ମାତ୍ର କିଛି କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଙ୍ଗ ହେଉଥିବା ବେଳେ, ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦୮୨ଟି ପରୀକ୍ଷା କେନ୍ଦ୍ର ଏବଂ ୩୨୨ଟି ନୋଡାଲ ସେଣ୍ଟରକୁ ଏହି କଣ୍ଟ୍ରୋଲ ରୁମ୍ ସହ ସିଧାସଳଖ ଯୋଡ଼ା ଯାଇଛି। ବିଶେଷ କରି AI ସମ୍ପନ୍ନ ସିସିଟିଭି କ୍ୟାମେରା ଜରିଆରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲିବା ଠାରୁ ଆରମ୍ଭ କରି ପରୀକ୍ଷା ହଲ୍‌ର ଗତିବିଧି ଉପରେ ବରିଷ୍ଠ ଅଧିକାରୀମାନେ ନଜର ରଖିବେ। କେହି ମୋବାଇଲ୍ ବ୍ୟବହାର କଲେ କିମ୍ବା ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ମାର୍ଗଦର୍ଶିକା ଉଲ୍ଲଂଘନ କଲେ, ଏହି ହାଇଟେକ୍ ସିଷ୍ଟମରେ ତୁରନ୍ତ ତାହା ଧରାପଡ଼ିବେ। ଏହାସହ କପି ଯୋଗାଉଥିବା ବେଳେ କେହି ବ୍ୟକ୍ତି ଯଦି ଧରା ପଡ଼ନ୍ତି ତେବେ ODISHA EXAMINATION CONDUCT ACT 1988 ଅନୁଯାୟୀ ଗିରଫ ମଧ୍ୟ ହୋଇପାରନ୍ତି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।