Advertisment

ଚିଲିକାରେ ବୁଡ଼ିଲା ଡଙ୍ଗା: ଜଣେ ନିଖୋଜ, ୧୧ ଉଦ୍ଧାର

ବାଲୁଗାଁ (ଓଡ଼ିଶା ରିପୋର୍ଟର): କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଆଜି ଚିଲିକାରେ ଏକ ଡଙ୍ଗା ବୁଡ଼ି ଯିବାରୁ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ମୋଟ ୧୨ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ହେଉଛନ୍ତି ପର୍ଯ୍ୟଟକ। ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି। ସେମାନେ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର। ବାକି ୪ ଜଣଙ୍କ ମଧ୍ୟରୁ ୨ ଜଣ ନାବିକ ଓ ଅନ୍ୟ ଦୁଇ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଚିଲିକାରେ ବୁଡ଼ିଲା ଡଙ୍ଗା: ଜଣେ ନିଖୋଜ, ୧୧ ଉଦ୍ଧାର

BOAT

ବାଲୁଗାଁ (ଓଡ଼ିଶା ରିପୋର୍ଟର): କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଆଜି ଚିଲିକାରେ ଏକ ଡଙ୍ଗା ବୁଡ଼ି ଯିବାରୁ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି।

Advertisment

ଡଙ୍ଗାରେ ମୋଟ ୧୨ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ହେଉଛନ୍ତି ପର୍ଯ୍ୟଟକ। ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି। ସେମାନେ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର। ବାକି ୪ ଜଣଙ୍କ ମଧ୍ୟରୁ ୨ ଜଣ ନାବିକ ଓ ଅନ୍ୟ ଦୁଇ ଜଣ ବାଲୁଗାଁ ଅଞ୍ଚଳର ବାସିନ୍ଦା। ବାଲୁଗାଁ ଅଞ୍ଚଳର ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କାଳିଜାଈରେ ଏକ ଦୋକାନରେ କାମ କରନ୍ତି। ସେ ନିଖୋଜ ଅଛନ୍ତି। ତାଙ୍କ ନାଁ ରାଜେନ୍ଦ୍ର ଖୁଣ୍ଟିଆ ବୋଲି ଜଣାପଡ଼ିଛି। ତାଙ୍କ ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଏହି ଟୁରିଷ୍ଟ ଡଙ୍ଗାଟି କାଳିଜାଈରୁ ବାଲୁଗାଁ ଅଭିମୁଖେ ଫେରୁଥିଲା। ପର୍ଯ୍ୟଟକମାନେ କାଲିଜାଈଙ୍କ ଦର୍ଶନ କରି ଫେରୁଥିବା ବେଳେ ଅପରାହ୍ଣ ପ୍ରାୟ ୫ଟା ବେଳେ ପବନ ଓ ବର୍ଷା ହୋଇଥିଲା। ଫଳରେ ଡଙ୍ଗାଟି ବାଲୁଗାଁ ଠାରୁ ପ୍ରାୟ ୪ କିଲୋମିଟର ଦୂର ଚଢ଼େଇଗୁହା ପାହାଡ଼ ନିକଟରେ ବୁଡ଼ି ଯାଇଥିଲା। ତେବେ ସମସ୍ତ ୮ ପର୍ଯ୍ୟଟକ ଲାଇଫ ଜ୍ୟାକେଟ୍ ପିନ୍ଧିଥିବା ଯୋଗୁ ପାଣିରେ ଭାସୁଥିଲେ। ସେହିପରି ସେମାନଙ୍କ ସହ ଡଙ୍ଗାର ଦୁଇ ନାବିକ ଓ ଅନ୍ୟ ଜଣେ ସ୍ଥାନୀୟ ଲୋକ ରହିଥିଲେ। ସେମାନେ ପାଣିରେ ଭାସୁଥିବା ବେଳେ ବାଲୁଗାଁ ପୁଲିସ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ବାଲୁଗାଁ ଡାକ୍ତରଖାନାରେ ସମସ୍ତ ପର୍ଯ୍ୟଟକଙ୍କୁ ଭର୍ତ୍ତି କରାଯାଇଛି। ସେମାନେ ସମସ୍ତେ ସୁସ୍ଥ ଅଛନ୍ତି।

Advertisment

ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି, ଆମେ କାମରେ ବରକୁଳ ପାନ୍ଥ ନିବାସକୁ ଯାଇଥିଲୁ। ସେଠାରେ ଥିବା ବେଳେ ହଠାତ୍ ଖବର ଆସିଲେ ଯେ ପର୍ଯ୍ୟଟକଙ୍କୁ ନେଇ କାଳିଜାଈରୁ ଫେରୁଥିବା ଏକ ଡଙ୍ଗା ବୁଡ଼ି ଯାଇଛି। ଆମେ ଓଟିଡିସିର କିଛି କର୍ମଚାରୀଙ୍କୁ ନେଇ ସେଠାରେ ପହଞ୍ଚିଥିଲୁ। ୧୧ ଜଣ ସେଠାରେ ଭାସୁଥିଲେ। ଆମେ ସେମାନଙ୍କୁ ଉଦ୍ଧାର କରିଥିଲୁ।

ଅନ୍ୟପକ୍ଷରେ ଚିଲିକା ଡଙ୍ଗାବୁଡ଼ି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଚିଲିକା ତହସିଲଦାରଙ୍କୁ ଘଟଣାର ତଦନ୍ତ କରିବାକୁ ସେ କହିଛନ୍ତି।

ଜିଲ୍ଲାପାଳ କହିଛନ୍ତି, ଏହି ଡଙ୍ଗା ବୁଡ଼ି ଘଟଣାରେ ଜଣେ ନିଖୋଜ ଅଛନ୍ତି।  ପୁଲିସ ଓ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସେହିଭଳି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଚିଲିକା ଭିତରକୁ ଡଙ୍ଗା ଯିବ ନ ନାହିଁ, ସେ ନେଇ କାଲି ନିଷ୍ପତ୍ତି ନିଆଯିବ।

Boat Accident