Advertisment

ଚିଲିକାରେ ଡଙ୍ଗା ବୁଡ଼ି ୨ ମୃତ, କୂଳରେ ସୁରକ୍ଷିତ ପହଞ୍ଚିଲେ ଅନ୍ୟଜଣେ

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର):ଆଜି ସନ୍ଧ୍ୟାରେ ଚିଲିକାରେ ଡଙ୍ଗା ବୁଡ଼ି ୩ ଜଣ ନିଖୋଜଙ୍କ ଭିତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ପାଣିରେ ପହଁରୀ ପହଁରୀ କୂଳରେ ସୁରକ୍ଷିତ ପହଞ୍ଚିଛନ୍ତି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗମ୍ଭାରୀଗାଁ କାଳିଜାଈକୁଦ ନିକଟରେ ଡଙ୍ଗା ବୁଡ଼ି ଯାଇଥିଲା। ଖବର ପାଇ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହିନୀ ଯାଇଥିଲା। ଖୋଜାଖୋଜି ପରେ ନିଖୋଜ ଦୁଇଜଣଙ୍କ ମୃତଦେହ ମିଳିଛି। ସୁରକ୍ଷିତ କୂଳରେ ପହଞ୍ଚିଥିବା ବ୍ୟକ୍ତି ଜଣକ ଟୁଆ ଗାଁର ଉଗ୍ରସେନ […]

ଅଦ୍ୟତନ ହୋଇଛି
ଚିଲିକାରେ ଡଙ୍ଗା ବୁଡ଼ି ୨ ମୃତ, କୂଳରେ ସୁରକ୍ଷିତ ପହଞ୍ଚିଲେ ଅନ୍ୟଜଣେ

missing

Advertisment

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର):ଆଜି ସନ୍ଧ୍ୟାରେ ଚିଲିକାରେ ଡଙ୍ଗା ବୁଡ଼ି ୩ ଜଣ ନିଖୋଜଙ୍କ ଭିତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ପାଣିରେ ପହଁରୀ ପହଁରୀ କୂଳରେ ସୁରକ୍ଷିତ ପହଞ୍ଚିଛନ୍ତି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗମ୍ଭାରୀଗାଁ କାଳିଜାଈକୁଦ ନିକଟରେ ଡଙ୍ଗା ବୁଡ଼ି ଯାଇଥିଲା। ଖବର ପାଇ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହିନୀ ଯାଇଥିଲା। ଖୋଜାଖୋଜି ପରେ ନିଖୋଜ ଦୁଇଜଣଙ୍କ ମୃତଦେହ ମିଳିଛି। ସୁରକ୍ଷିତ କୂଳରେ ପହଞ୍ଚିଥିବା ବ୍ୟକ୍ତି ଜଣକ ଟୁଆ ଗାଁର ଉଗ୍ରସେନ ଦାସ ବୋଲି ଜଣାପଡ଼ିଛି।

Advertisment

ସୂଚନା ମୁତାବକ, କାଳିଜାଇ କୁଦାକୁ ଭୋଜି କରିବା ପାଇଁ ପୁରୀର କିଛି ଲୋକଙ୍କୁ ନେଇ ଏକ ଡଙ୍ଗା ଯାଇଥିଲା। ଏହି ଡଙ୍ଗାରେ ପ୍ରାୟ ୧୩ ଜଣ ଲୋକ ଥିଲେ। ଭୋଜି କରିସାରି ସଂଧ୍ୟାରେ ଫେରିବା ସମୟରେ ମଝି ଚିଲିକାରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା।

ଘଟଣା ସ୍ଥଳରୁ ୧୦ ଜଣ ଉଦ୍ଧାର ହୋଇଥିବା ବେଳେ ୩ଜଣ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ନିଖୋଜଙ୍କୁ ଠାବ କରିବା ନିମନ୍ତେ ଅଗ୍ନିଶମ ବାହିନୀକୁ ସହାୟତା କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe