Advertisment

ମହାନଦୀର ପ୍ରଖର ସ୍ରୋତରେ ଭାସିଗଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ୩୦ ଜୀବନ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ମହାନଦୀର ପ୍ରଖର ସ୍ରୋତରେ ଭାସିଗଲା ଡଙ୍ଗା। ୩୦ ଯାତ୍ରୀ ଥିବା ଡଙ୍ଗାଟି ୪ରୁ ୫ କିମି ଯାଏଁ ଭାସି ଯାଇଥିଲା। ଡଙ୍ଗାଟି ପାରାଦୀପରୁ ବାହାରି ମହାକାଳପଡ଼ା ବାହାକୁଦ ଘାଟକୁ ଯାଉଥିଲା। ଖବର ପାଇ ଉଦ୍ଧାର ପାଇଁ ଗଲା ମେରାଇନ ବୋଟ୍‌। ଏନେଇ ସୂଚନା ଦେଲେ ମହାକାଳପଡ଼ା ବିଡିଓ। ଡଙ୍ଗାଟି ୩୦ ଜଣ ଯାତ୍ରୀଙ୍କୁ ଧରି ପାରାଦୀପରୁ ବାହାରିଥିଲା। ହେଲେ ମହାନଦୀ ମଝିରେ ହଠାତ୍‌ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଫଳରେ ଡଙ୍ଗାଟି ମହାନଦୀର […]

author-image
Manoranjan Sial
ଅଦ୍ୟତନ ହୋଇଛି
ମହାନଦୀର ପ୍ରଖର ସ୍ରୋତରେ ଭାସିଗଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ୩୦ ଜୀବନ

Mahanadi

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ମହାନଦୀର ପ୍ରଖର ସ୍ରୋତରେ ଭାସିଗଲା ଡଙ୍ଗା। ୩୦ ଯାତ୍ରୀ ଥିବା ଡଙ୍ଗାଟି ୪ରୁ ୫ କିମି ଯାଏଁ ଭାସି ଯାଇଥିଲା। ଡଙ୍ଗାଟି ପାରାଦୀପରୁ ବାହାରି ମହାକାଳପଡ଼ା ବାହାକୁଦ ଘାଟକୁ ଯାଉଥିଲା। ଖବର ପାଇ ଉଦ୍ଧାର ପାଇଁ ଗଲା ମେରାଇନ ବୋଟ୍‌। ଏନେଇ ସୂଚନା ଦେଲେ ମହାକାଳପଡ଼ା ବିଡିଓ।

Advertisment

ଡଙ୍ଗାଟି ୩୦ ଜଣ ଯାତ୍ରୀଙ୍କୁ ଧରି ପାରାଦୀପରୁ ବାହାରିଥିଲା। ହେଲେ ମହାନଦୀ ମଝିରେ ହଠାତ୍‌ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଫଳରେ ଡଙ୍ଗାଟି ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲା। ପାଖାପାଖି ୪ରୁ ୫ କିମି ଯାଏଁ ଭାସି ଯାଇଥିଲା। କିନ୍ତୁ ଡଙ୍ଗା ଚାଳକ ଲଙ୍ଗର ପକାଇ ଅଟକାଇଥିଲେ। ଏହା ପରେ ଡଙ୍ଗାରେ ବସିଥିବା ଯାତ୍ରୀଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା। ଡଙ୍ଗାରେ ବସିଥିବା ଲୋକମାନେ ଏନେଇ ମହାକାଳପଡ଼ା ବିଡିଓ ଓ ଥାନାକୁ ଖବର ଦେଇଥିଲେ। ଖବର ପାଇ ଉଦ୍ଧାର ପାଇଁ ମେରାଇନ୍‌ ବୋଟ୍‌ ଯାଇଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ଲଘୁଚାପ ଜନିତ ବର୍ଷା ପାଇଁ ମହାନଦୀରେ ଡଙ୍ଗା ଚଲାଇ ଯାତ୍ରୀ ନେବା ଉପରେ କଟକଣା ଲାଗିଥିଲା। ଏହା ସତ୍ତ୍ୱେ ଡଙ୍ଗା ଚଲା ଯାଇଥିଲା। ଯେଉଁଥିପାଇଁ ୩୦ ଜଣଙ୍କ ଜୀବନ ବିପଦରେ ପଡ଼ିଛି।

Advertisment