Advertisment

ହାତୀକୁ ଉଦ୍ଧାର କରିବାକୁ ଯାଇ ଓଲଟିଲା ଓଡ୍ରାଫ ବୋଟ୍‌

କଟକ(ଓଡ଼ିଶା ରିପୋର୍ଟର):  ମହାନଦୀ ମଝିରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ବୋଟ୍‌ ଓଲଟି ପଡ଼ିଲା।  ହାତୀକୁ କୂଳକୁ ଘଉଡ଼ାଇବା ବେଳେ ମୁଣ୍ଡଳୀ ବ୍ୟାରେଜ ନିକଟରେ ପାଣିର ପ୍ରଖର ସ୍ରୋତରେ ଓଲଟି ପଡ଼ିଲା ବୋଟ୍‌। ରବର ବୋଟରେ ଅପରେସନରେ ସାମିଲ ଥିଲେ ଓଡ୍ରାଫ ଟିମ୍‌। ସୂଚନାଯୋଗ୍ୟ, ଦୀର୍ଘ ୭ ଘଣ୍ଟାର ସଂଘର୍ଷ ପରେ କୂଳ ମୁହାଁ ହୋଇଥିବା ହାତୀଟି ପୁଣି ନଦୀ ମୁହାଁ ହୋଇଛି। ଅତ୍ୟଧିକ ଲୋକ ଗହଳି ଦେଖି ହାତୀଟି ମଝି ନଦୀକୁ […]

ଅଦ୍ୟତନ ହୋଇଛି
ହାତୀକୁ ଉଦ୍ଧାର କରିବାକୁ ଯାଇ ଓଲଟିଲା ଓଡ୍ରାଫ ବୋଟ୍‌

boat tragedy

Advertisment

କଟକ(ଓଡ଼ିଶା ରିପୋର୍ଟର):  ମହାନଦୀ ମଝିରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ବୋଟ୍‌ ଓଲଟି ପଡ଼ିଲା।  ହାତୀକୁ କୂଳକୁ ଘଉଡ଼ାଇବା ବେଳେ ମୁଣ୍ଡଳୀ ବ୍ୟାରେଜ ନିକଟରେ ପାଣିର ପ୍ରଖର ସ୍ରୋତରେ ଓଲଟି ପଡ଼ିଲା ବୋଟ୍‌। ରବର ବୋଟରେ ଅପରେସନରେ ସାମିଲ ଥିଲେ ଓଡ୍ରାଫ ଟିମ୍‌।

Advertisment

ସୂଚନାଯୋଗ୍ୟ, ଦୀର୍ଘ ୭ ଘଣ୍ଟାର ସଂଘର୍ଷ ପରେ କୂଳ ମୁହାଁ ହୋଇଥିବା ହାତୀଟି ପୁଣି ନଦୀ ମୁହାଁ ହୋଇଛି। ଅତ୍ୟଧିକ ଲୋକ ଗହଳି ଦେଖି ହାତୀଟି ମଝି ନଦୀକୁ ଚାଲି ଯାଇଛି। ଉଦ୍ଧାର ପାଇଁ ବନବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଥିବା ବେଳେ ବୋଟ ଯୋଗେ ନଦୀକୁ ଯାଇଥିଲା ଓଡ୍ରାଫ୍‌ ଟିମ୍‌।  ହେଲେ ହାତୀ ଉଦ୍ଧାର ଅପରେସନ ବେଳେ ବୋଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସେଥିରେ  ଓଡ୍ରାଫ୍‌ ଟିମ୍‌ ମେମ୍ବରଙ୍କ ସମେତ ଓଟିଭିର ୨ ପ୍ରତିନିଧି ମଧ୍ୟ  ଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓଟିଭିର ୨ ପ୍ରତିନିଧିଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଛି।

Advertisment

ସୂଚନାଯୋଗ୍ୟ, ଆଜି ଭୋରରୁ ମୁଣ୍ଡଳୀଠାରେ ମହାନଦୀରେ ଫସି ରହିଥିଲା ହାତୀଟି। ହାତୀକୁ କୂଳକୁ ଆଣିବାକୁ ବନ ବିଭାଗ ଅଧିକାରୀ, କର୍ମଚାରୀ ଓ ଓଡ୍ରାଫ ଟିମ୍‌  ଦୀର୍ଘ ଘଣ୍ଟା ଅକ୍ଳାନ୍ତ  ପରିଶ୍ରମ କରିଥିଲେ। ହାତୀଟି ନଦୀ ମଝିରେ ହାଲିଆ ହୋଇ ଯାଇଥିବା ବେଳେ ତାକୁ ଖାଇବାକୁ କଦଳୀ ଦିଆଯାଇଥିଲା।

ପ୍ରାୟ ୫ ଘଣ୍ଟା ନଦୀରେ ରହିବା ପରେ ହାତୀଟି କୂଳକୁ ଫେରିବାକୁ ଚେଷ୍ଟା ଆରମ୍ଭ କରିଥିଲା ପହଞ୍ଚିଲା । ମାତ୍ର କୂଳ ଲୋକାରଣ୍ୟ ହୋଇଥିବାରୁ ହାତୀଟି କୂଳକୁ ଫେରିବାକୁ ସୁରକ୍ଷିତ ମଣି ନ ଥିଲା। ଫଳରେ ଅନ୍ୟ ଉପାୟ ନ ପାଇ ସେ ପୁଣି ନଦୀ ମଝିକୁ ଫେରି ଯାଇଥିଲା।

ଦୀର୍ଘ ୭ ଘଣ୍ଟା କାଳ ପାଣି ଭିତରେ ରହି ହାତୀଟିର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଲାଣି। ଏପରିକି ହାତୀ ଶରୀରର ରଙ୍ଗ ପରିବର୍ତ୍ତନ ହେବାକୁ ଲାଗିଲାଣି। ଏବେ ହାତୀଟିକୁ କିପରି ଉଦ୍ଧାର କରାଯିବ ତାହା ବନ ବିଭାଗ ସମ୍ମୁଖରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe