ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଶରଣକୁଳର ପ୍ରସିଦ୍ଧ ପ୍ରଭୁ ଲଡ଼ୁବାବାଙ୍କ ଚାପ ବେଳେ ଓଲଟି ପଡ଼ିଲା ଡଙ୍ଗା। ଏପରି ଅଘଟଣ ଗତକାଲି ସନ୍ଧ୍ୟାରେ ଘଟିଥିବା ବେଳେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି।
ଦୀର୍ଘ ୨୧ ଦିନ ଧରି ଲଡ଼ୁ ବାବାଙ୍କ ଚନ୍ଦନ ଯାତ୍ରା ଥିବା ବେଳେ ଗତକାଲି ଏହା ଶେଷ ଅର୍ଥାତ ଭଉଁରୀ ଯାତ୍ରା ଥିଲା। ଲଡ଼ୁ ବାବାଙ୍କ ଏହି ଯାତ୍ରା ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପ୍ରତି ଦିନ ଚାପ ବେଳେ ଡଙ୍ଗାରେ ୭ରୁ ୮ ପୂଜକ ଓ ଲୋକେ ରହିଥାନ୍ତି। ମାତ୍ର ଗତକାଲି ଏହି ସଂଖ୍ୟା ବଢ଼ି ୨୦ ଟପିଗଲା।
ସନ୍ଧ୍ୟାରେ ଠାକୁର ପୁଷ୍କରିଣୀରେ ଚାପ ଖେଳୁଥିବା ବେଳେ ହଠାତ୍ ଡଙ୍ଗାରେ ପାଣି ପଶିଲା। ଏହାପରେ ନିୟନ୍ତ୍ରଣ ହରାଇ ଡଙ୍ଗାଟି ଓଲଟି ପଡ଼ିଲା। ପୁଷ୍କରିଣୀରେ ଅଳ୍ପ ପାଣି ଥିବାରୁ ବହୁ ସେବାୟତ ପହଁରି ପହଁରି ପୋଖରୀ କୂଳକୁ ଆସିଥିଲେ । ଚାପ ଖେଳ ଦେଖିବାକୁ ଉପସ୍ଥିତ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକେ ପାଣି ଭିତରକୁ ପଶି ଅନ୍ୟମାନଙ୍କୁ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଜଣାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।