Advertisment

ଚିଲିକା ମଝିରେ ଫସିଲା ଡଙ୍ଗା, ଅଟକି ରହିଛନ୍ତି ୪୦ ଯାତ୍ରୀ

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ଯାନ୍ତ୍ରିକ ତ୍ରୁଟି ଯୋଗୁ ଚିଲିକା ମଝିରେ ଅଟକିଲା ଡଙ୍ଗା। ଡଙ୍ଗାକୁ  କିପରି ବାଉଁଶ କାତ ମାଧ୍ୟମରେ କୂଳରେ ଲଗାଯାଇପାରିବ ଉଦ୍ୟମ ଚଲାଇଛି ନାଉରି। ଆଜି ସକାଳେ ଏକ ଦେଶୀ ଡଙ୍ଗା  ୪୦ ଜଣ ଯାତ୍ରୀଙ୍କୁ ନେଇ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିଲା। ଦେଢ଼ କିମି ଯିବା ପରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ ଡଙ୍ଗାଟି ଚିଲିକା ମଝିରେ ଅଟକି ରହିଥିଲା। ଡଙ୍ଗାରେ ୪୦ ଯାତ୍ରୀ ଥିବା ବେଳେ ୯ଟି ବାଇକ୍ ରହିଛି।  ତେବେ […]

ଅଦ୍ୟତନ ହୋଇଛି
ଚିଲିକା ମଝିରେ ଫସିଲା ଡଙ୍ଗା, ଅଟକି ରହିଛନ୍ତି ୪୦ ଯାତ୍ରୀ

boat

Advertisment

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ଯାନ୍ତ୍ରିକ ତ୍ରୁଟି ଯୋଗୁ ଚିଲିକା ମଝିରେ ଅଟକିଲା ଡଙ୍ଗା। ଡଙ୍ଗାକୁ  କିପରି ବାଉଁଶ କାତ ମାଧ୍ୟମରେ କୂଳରେ ଲଗାଯାଇପାରିବ ଉଦ୍ୟମ ଚଲାଇଛି ନାଉରି।

Advertisment

ଆଜି ସକାଳେ ଏକ ଦେଶୀ ଡଙ୍ଗା  ୪୦ ଜଣ ଯାତ୍ରୀଙ୍କୁ ନେଇ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିଲା। ଦେଢ଼ କିମି ଯିବା ପରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ ଡଙ୍ଗାଟି ଚିଲିକା ମଝିରେ ଅଟକି ରହିଥିଲା। ଡଙ୍ଗାରେ ୪୦ ଯାତ୍ରୀ ଥିବା ବେଳେ ୯ଟି ବାଇକ୍ ରହିଛି।  ତେବେ ମଝି ଚିଲିକାରେ ଫସି ରହିଥିବା କାରଣରୁ ଏଥିରେ ଥିବା ଯାତ୍ରୀମାନେ ଭଯଭୀତ ଅବସ୍ଥାରେ ଅଛନ୍ତି। ନାଉରିଆ ଡଙ୍ଗାକୁ ବାଉଁଶ କାତ ମାଧ୍ୟମରେ କୂଳକୁ ଆଣିବାକୁ ଚେଷ୍ଟା କରୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ମେ’ ୬ ତାରିଖ ଦିନ କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁ ଚିଲିକାରେ ଡଙ୍ଗା ବୁଡ଼ିଯିବାରୁ ଜଣଙ୍କୁ ମୃତ୍ୟୁ ଘଟିଥିବା ୧୧ଜଣଙ୍କୁ ଉଦ୍ଧାର କରାଯାଇଥିଲା

Advertisment

କାଳିଜାଈରୁ ୧୨ ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ବାଲୁଗାଁ ଅଭିମୁଖେ ଫେରୁଥିଲା ବେଳେ  ଚଢ଼େଇଗୁହା ପାହାଡ଼ ନିକଟରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଲାଇଫ ଗାର୍ଡ ଓ ପୁଲିସ ପହଞ୍ଚି ୧୧ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ହେଲେ  ଜଣେ ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ ଟିମ୍ ଓ ନାଭାଲ୍ ଟିମ ଖୋଜାଖୋଜି କରି  ଗୋଟଏ ଦିନ ପରେ  ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Boat Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe