Advertisment

ଘର ଭିତରୁ ମିଳିଲା ମାମୁ-ଭାଣିଜୀଙ୍କ ମୃତଦେହ! ୮ ଦିନ ତଳେ କରିଥିଲେ ପ୍ରେମ ବିବାହ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଘର ଭିତରୁ ମିଳିଲା ମାମୁ ଓ ଭାଣିଜୀଙ୍କ ମୃତଦେହ। ୮ ଦିନ ତଳେ ହୋଇଥିଲା ଉଭୟଙ୍କ ପ୍ରେମ ବିବାହ। ଆଜି ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ। ତେବେ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ, ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣାଟି ଏମିତି। ବଡ଼ଖାଡକା ଗାଁର ତୁଳେଶ୍ୱର ମାଝୀ ୮ ବର୍ଷ ପୂର୍ବରୁ ବିବାହ କରିଥିଲେ। ତାଙ୍କର କୌଣସି ସନ୍ତାନ ହେଉନଥିଲେ। […]

ଅଦ୍ୟତନ ହୋଇଛି
ଘର ଭିତରୁ ମିଳିଲା ମାମୁ-ଭାଣିଜୀଙ୍କ ମୃତଦେହ! ୮ ଦିନ ତଳେ କରିଥିଲେ ପ୍ରେମ ବିବାହ

na

Advertisment

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଘର ଭିତରୁ ମିଳିଲା ମାମୁ ଓ ଭାଣିଜୀଙ୍କ ମୃତଦେହ। ୮ ଦିନ ତଳେ ହୋଇଥିଲା ଉଭୟଙ୍କ ପ୍ରେମ ବିବାହ। ଆଜି ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ। ତେବେ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ, ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ପୂରା ଘଟଣାଟି ଏମିତି। ବଡ଼ଖାଡକା ଗାଁର ତୁଳେଶ୍ୱର ମାଝୀ ୮ ବର୍ଷ ପୂର୍ବରୁ ବିବାହ କରିଥିଲେ। ତାଙ୍କର କୌଣସି ସନ୍ତାନ ହେଉନଥିଲେ। ଯେଉଁଥିପାଇଁ ଉଭୟ ସ୍ୱାମୀ-ସ୍ତ୍ରୀ ମନ ଦୁଃଖରେ ରହୁଥିଲେ। ତେବେ ୮ ଦିନ ତଳେ ତୁଳେଶ୍ୱର ଗତିଗୁଡା ଗାଁର ସମ୍ପର୍କୀୟ ଭାଣିଜୀ ଉର୍ମିଳା ଭତ୍ରାଙ୍କୁ ଧରି ଫେରାର ହୋଇଯାଇଥିଲେ।

ଅଧିକ ପଢ଼ନ୍ତୁ : ଅଜଣା ଜନ୍ତୁ ଆତଙ୍କ, ଆଖି ବୁଜିଲେ ୧୨ ଛେଳି

ଗତକାଲି ତୁଳେଶ୍ୱର ଓ ଉର୍ମିଳା ବିବାହ କରି ନିଜ ଘରକୁ ଫେରିଥିଲେ। ବିବାହ ପରେ ତୁଳେଶ୍ୱର ବହୁ ଖୁସି ଥିଲେ। ପ୍ରଥମ ସ୍ତ୍ରୀ ଥିବା ସତ୍ତ୍ୱେ ସେ ବିବାହ କରିଥିବାରୁ ପରିବାର ଲୋକେ ସ୍ୱାମୀ-ସ୍ତ୍ରୀଙ୍କୁ ଗ୍ରହଣ କରିଥିଲେ।  ରାତିରେ ଖାଇ ପିଇ ଘରେ ଶୋଇଥିଲେ। ହେଲେ ଆଜି (ରବିବାର) ସକାଳେ ଉଭୟେ କବାଟ ଖୋଲି ନଥିଲେ। ପରିବାର ଲୋକେ ଓ ସାହି ପଡ଼ିଶା କବାଟ ବାଡ଼େଇଲେ ମଧ୍ୟ ଘର ଭିତରୁ କୌଣସି ଶବ୍ଦ ଆସିନଥିଲା। ଶେଷରେ ଗାଁ ଲୋକେ କବାଟ ଭାଙ୍ଗିବାରୁ ଘର ଭିତରେ ସ୍ୱାମୀ-ସ୍ତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଉଭୟେ ଗାମୁଛାରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଉମରକୋଟ ଥାନା ପୁଲିସ ଖବର ପାଇ ଗାଁରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ। ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି। ଲୋକଲଜ୍ଜା ପାଇଁ ଉଭୟେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ମତପ୍ରକାଶ ପାଉଛି।

Advertisment
Suicide Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe