Advertisment

ଅବୈଧ ପ୍ରେମର କରୁଣ ପରିଣତି, ସନ୍ଧାନୀ କୁକୁର ଜାଲରେ ହତ୍ୟାକାରୀ!

ଭବାନୀପାଟଣା (ରାଜକୁମାର ସିଂହଦେଓ): ଦୁନିଆ ସମ୍ପର୍କରେ ଜାଣିବା ପୂର୍ବରୁ ଦୁଇ ଜଣ ନିଷ୍ପାପ ଶିଶୁଙ୍କ ଗଳାକାଟି ହତ୍ୟା କରାଯାଇଛି। ଏପରିକି ତାଙ୍କ ମାଆଙ୍କୁ ହତ୍ୟା କରାଯାଇ ରେଳ ଲାଇନ୍‌ରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ଏକ ହୃଦୟ ବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ମାଧ୍ୟମରେ ତଦନ୍ତ ଆରମ୍ଭ କରିଛି। ଆଉ ସନ୍ଧାନୀ କୁକୁର ଦୁଇ ଅଭିଯୁକ୍ତଙ୍କୁ […]

ଅବୈଧ ପ୍ରେମର କରୁଣ ପରିଣତି, ସନ୍ଧାନୀ କୁକୁର ଜାଲରେ ହତ୍ୟାକାରୀ!

kalahandi-murder

Advertisment

ଭବାନୀପାଟଣା (ରାଜକୁମାର ସିଂହଦେଓ): ଦୁନିଆ ସମ୍ପର୍କରେ ଜାଣିବା ପୂର୍ବରୁ ଦୁଇ ଜଣ ନିଷ୍ପାପ ଶିଶୁଙ୍କ ଗଳାକାଟି ହତ୍ୟା କରାଯାଇଛି। ଏପରିକି ତାଙ୍କ ମାଆଙ୍କୁ ହତ୍ୟା କରାଯାଇ ରେଳ ଲାଇନ୍‌ରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ଏକ ହୃଦୟ ବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ମାଧ୍ୟମରେ ତଦନ୍ତ ଆରମ୍ଭ କରିଛି। ଆଉ ସନ୍ଧାନୀ କୁକୁର ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ଜଣାପଡ଼ିଛି। ଅବୈଧ ପ୍ରେମରୁ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

Advertisment

ଅଭିଯୋଗରୁ ପ୍ରକାଶ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଝରଣ ଗାଁ ଲିଙ୍ଗ ମାଝି ଜଣେ ରାଜମିସ୍ତ୍ରୀ। ତାଙ୍କର ପରିବାର କହିଲେ ପତ୍ନୀ ବିମଳା ଓ ଦୁଇ ପୁଅ ଦୁଷ୍କନ୍ତ (୭) ଏବଂ ରବୀନ୍ଦ୍ର (୨)। ରାଜମିସ୍ତ୍ରୀ କାମରୁ ଲିଙ୍ଗ ଯାହା ଉପାର୍ଜନ କରନ୍ତି, ସେଥିରେ ଚଳୁଥିଲା ପୂରା ପରିବାର। ଦିନେ ଲିଙ୍ଗ ଜଣେ ବିବାହିତ ମହିଳା ପାର(ଛଦ୍ମ)ଙ୍କୁ ଧରି ପଳାଇ ଯାଇଥିବା ଅଭିଯୋଗ ହୋଇଛି। ନିଜର ଛୋଟ ପରିବାରକୁ ଛାଡ଼ି ଲିଙ୍ଗ ଭବାନୀପାଟଣାରେ ଘର ଭଡ଼ା ନେଇ ରହିଥିଲା। ଦୁଇ ମାସ ପରେ ସେ ପାରଙ୍କୁ ଛାଡ଼ି ଦେଲେ। ଶେଷରେ ପାର ନିଜର ସ୍ୱାମୀଙ୍କ ପାଖକୁ ଫେରି ଆସିଥିଲେ। ଅନ୍ୟପକ୍ଷରେ ଲିଙ୍ଗ ନିଜ ପରିବାର ପାଖକୁ ଫେରିବା ପରିବର୍ତ୍ତେ ଭବାନୀପାଟଣାରେ ରହୁଥିଲେ। ଏପରିକି ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଖାଇରେ ଲିଙ୍ଗ ଘରକୁ ଆସିନଥିବା ଅଭିଯୋଗ ହୋଇଛି।

ସ୍ୱାମୀ ଜଣେ ବିବାହିତ ମହିଳାଙ୍କୁ ନେଇଯିବା ପରେ ବିମଳା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଦୁଃଖେ କଷ୍ଟେ ନିଜର ଦୁଇ ପିଲାଙ୍କୁ ଧରି ଗାଁରେ ରହୁଥିଲେ। ଗତକାଲି ରାତିରେ ବିମଳା ଓ ଦୁଇ ପୁଅ ଖାଇ ପିଇ ଶୋଇଥିଲେ। ଆଜି ସକାଳେ ଘର ଭିତରେ ପଡ଼ିଥିଲା ବିମଳାଙ୍କ ଦୁଇ ପୁଅ ଦୁଷ୍କନ୍ତ ଓ ରବୀନ୍ଦ୍ରଙ୍କ ମୃତଦେହ। ଅତି ବୀଭତ୍ସ ଭାବେ ସେମାନଙ୍କ ଗଳା କାଟି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ଘରଠାରୁ ୧୦୦ ମିଟର ଦୂର ରେଳ ଟ୍ରାକ୍‌ରୁ ବିମଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପୁଲିସ ଉଦ୍ଧାର କରିଛି।

Advertisment

ପୁଲିସ ଏକ ମାମଲା ରୁଜୁ କରି ସନ୍ଧାନୀ କୁକୁର ମାଧ୍ୟମରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସନ୍ଧାନୀ କୁକୁର ବିମଳାଙ୍କ ଘରଠାରୁ ୧୦୦ ମିଟର ଦୂରରେ ଥିବା ପାର ଓ ତାଙ୍କ ସ୍ୱାମୀକୁ ଧରିଥିଲା। ଏପରିକି ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ଟାଙ୍ଗିଆକୁ ମଧ୍ୟ କୁକୁର ଧରିଥିଲା। ପୁଲିସ ପାର, ତାଙ୍କ ସ୍ୱାମୀ ଓ ବିମଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe