Advertisment

ଝୁଲିପଡ଼ିଲେ ଦିଅର-ଭାଉଜ, କାରଣ କଣ?

ନୂଆପଡ଼ା(ମାୟାଧର ସରାଫ): ଘର ବାହାରେ ଦିଆର ଝୁଲି ପଡ଼ିଥିବା ବେଳେ ଘର ଭିତରେ ଫାଶୀ ଦେଇଦେଲେ ଭଉଜ! ବୁଧବାର ସକାଳେ ଏପରି ଅଭାବନୀୟ ଘଟଣା ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳରେ ଘଟିଛି। ମାତ୍ର ଦିଅର-ଭାଉଜଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବୁଧବାର ସକାଳ ପ୍ରାୟ ୮ ଟା ବେଳେ କାଶିପଲା ଗାଁର ବିରଞ୍ଚି ଶବରଙ୍କ ୨୫ ବର୍ଷୀୟ ପୁଅ ଦିବା ଘର ବାହାରେ ବେକରେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଝୁଲିପଡ଼ିଲେ ଦିଅର-ଭାଉଜ, କାରଣ କଣ?

nuapada

ନୂଆପଡ଼ା(ମାୟାଧର ସରାଫ): ଘର ବାହାରେ ଦିଆର ଝୁଲି ପଡ଼ିଥିବା ବେଳେ ଘର ଭିତରେ ଫାଶୀ ଦେଇଦେଲେ ଭଉଜ! ବୁଧବାର ସକାଳେ ଏପରି ଅଭାବନୀୟ ଘଟଣା ନୂଆପଡାଜିଲ୍ଲା କୋମନା ଥାନା ଅଞ୍ଚଳରେ ଘଟିଛି। ମାତ୍ର ଦିଅର-ଭାଉଜଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ବୁଧବାର ସକାଳ ପ୍ରାୟ ୮ ଟା ବେଳେ କାଶିପଲା ଗାଁର ବିରଞ୍ଚି ଶବରଙ୍କ ୨୫ ବର୍ଷୀୟ ପୁଅ ଦିବା ଘର ବାହାରେ ବେକରେ ଗାମୁଛା ଗୋଡ଼ାଇ ଝୁଲି ପଡ଼ିଥିଲେ। ଏହା ଦେଖି ତାଙ୍କ ବାପା ବିରଞ୍ଚି କୋମନା ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ଥାନାରେ ଅଭିଯୋଗ କରି ଫେରିଲା ବେଳକୁ ବଡ଼ ବୋହୂ ତଥା ଦିବାଙ୍କ ଭାଉଜ ସୁଷମା ନିଜର ନିର୍ମାଣାଧୀନ ଘର ଭିତରେ ବେକରେ ଓଢ଼ଣୀ ଗୋଡ଼ାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା।

କୋମନା ଥାନା ପୁଲିସ ଗାଁରେ ପହଞ୍ଚି ମାମଲା ରୁଜୁ ଦିଅର-ଭାଉଜଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଉଭୟଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ମୃତ ସୁଷମାଙ୍କ ସ୍ୱାମୀ ଚନ୍ଦ୍ରଧ୍ୱଜ ମୁମ୍ବାଇରେ କୁଳିମଜୁରୀ କାମ କରନ୍ତି। ତାଙ୍କର ଦୁଇଟି ପିଲା ଅଛନ୍ତି।

Advertisment
Suicide