Advertisment

ଗଛରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

ବିନିକା(ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ତାରାପୁରଗଡ଼ ନିକଟରେ ଥିବା ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ଶବ ମିଳିଛି। ତେବେ ତାଙ୍କ ପରିଚୟ ମିଳିପାରିନାହିଁ I ମୃତ ମହିଳାଙ୍କ ବେକରେ ଶାଢ଼ୀ ବନ୍ଧା ଯାଇଥିବା ବେଳେ ଭୂଇଁରେ ଗୋଡ଼ ଲାଗି ରହିଛି I ତେଣୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସମସ୍ତଙ୍କ ସନ୍ଦେହକୁ ଆସିଛି। ଆଜି ସକାଳୁ କିଛିଲୋକ ମହିଳାଙ୍କ ଶବ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ I ପରେ ବିନିକା ପୁଲିସକୁ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଗଛରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

death

ବିନିକା(ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ତାରାପୁରଗଡ଼ ନିକଟରେ ଥିବା ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ଶବ ମିଳିଛି। ତେବେ ତାଙ୍କ ପରିଚୟ ମିଳିପାରିନାହିଁ I

Advertisment

ମୃତ ମହିଳାଙ୍କ ବେକରେ ଶାଢ଼ୀ ବନ୍ଧା ଯାଇଥିବା ବେଳେ ଭୂଇଁରେ ଗୋଡ଼ ଲାଗି ରହିଛି I ତେଣୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସମସ୍ତଙ୍କ ସନ୍ଦେହକୁ ଆସିଛି।

ଆଜି ସକାଳୁ କିଛିଲୋକ ମହିଳାଙ୍କ ଶବ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ I ପରେ ବିନିକା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଥିଲା। ଏହା ହତ୍ୟା ବୋଲି ସନ୍ଦେହ ହେବାରୁ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ଆସି ଘଟଣାସ୍ଥଳରୁ ବିଭିନ୍ନ ସୁରାକ ସଂଗ୍ରହ କରିଛି। ପରେ ଗଛରୁ ମହିଳାଙ୍କ ଶବକୁ ତଳକୁ ଅଣାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠା ଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ରିପୋର୍ଟ ଆସିବା ପରେ ଏହି ମୃତ୍ୟୁ ପଛର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

Advertisment