Advertisment

ଗଛରୁ ମିଳିଲା ଯୁବକ ଓ ମହିଳାଙ୍କ ଝୁଲନ୍ତା ମୃତଦେହ

ଆନନ୍ଦପୁର(ଓଡ଼ିଶା ରିପୋର୍ଟର): ଆନନ୍ଦପୁର-ଭଦ୍ରକ ରାଜ୍ୟ ରାଜପଥର ଚାରିନାଳିଆ ନିକଟରୁ ଏକ ଗଛରୁ ଜଣେ ଯୁବକ ଓ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ। ଆଜି ସନ୍ଧ୍ୟାରେ ଏହି ଗଳିତ ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଯୁବକ ଜଣକ ଅବିବାହିତ, ମହିଳା ବିବାହିତ ହୋଇଥିବା ସୂଚନା। ପାରିପାର୍ଶ୍ୱିକ ସ୍ଥିତିରୁ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଏଭଳି ଅଘଟଣର କାରଣ ଅସ୍ପଷ୍ଟ ରହିଛି। ୨ରୁ […]

author-image
Niranjan Mishra
ହାତୀ ଆକ୍ରମଣରେ ଯୁବକ ମୃତ

deadbody

ଆନନ୍ଦପୁର(ଓଡ଼ିଶା ରିପୋର୍ଟର): ଆନନ୍ଦପୁର-ଭଦ୍ରକ ରାଜ୍ୟ ରାଜପଥର ଚାରିନାଳିଆ ନିକଟରୁ ଏକ ଗଛରୁ ଜଣେ ଯୁବକ ଓ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ। ଆଜି ସନ୍ଧ୍ୟାରେ ଏହି ଗଳିତ ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Advertisment

ଯୁବକ ଜଣକ ଅବିବାହିତ, ମହିଳା ବିବାହିତ ହୋଇଥିବା ସୂଚନା। ପାରିପାର୍ଶ୍ୱିକ ସ୍ଥିତିରୁ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଏଭଳି ଅଘଟଣର କାରଣ ଅସ୍ପଷ୍ଟ ରହିଛି। ୨ରୁ ୩ ଦିନ ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଥିବା ପୁଲିସ ଅନୁମାନ କରୁଛି।

ଶବ ଦୁଇଟି ପଚି ଦୁର୍ଗନ୍ଧ ବାହାରୁଛନ୍ତି। ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ବୋଲି ଅଲୋଚନା ହେଉଥିବା ବେଳେ ସେମାନଙ୍କ ପରିଚୟ ଜାଣିବା ନିମନ୍ତେ ନିକଟସ୍ଥ ଗ୍ରାମବାସୀଙ୍କୁ ପଚରାଉଚରା କରାଯାଉଥିବା ପୁଲିସ କହିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

Advertisment