/odisha-reporter/media/post_attachments/uploads/2019/02/malkangiri-1.jpg)
malkangiri
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ସହରର ଲାଠିଆଗୁଡାଠାରେ ଏକ ଅର୍ଦ୍ଧନିର୍ମିତ ପାଇଖାନାର ଟାଙ୍କିରୁ ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶିଶୁର ବୟସ ୪ ବର୍ଷ। ଗତକାଲିଠାରୁ ଶିଶୁକନ୍ୟାଟି ନିଖୋଜ ଥିଲା। ଆଜି ସକାଳେ ମୃତଦେହ ଭାସୁଥିବା ଦେଖିବା ପରେ ସ୍ଥାନୀୟ ଲୋକେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।
Advertisment
ପରିବାର ଲୋକଙ୍କ ପାଖରୁ ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଗତକାଲି ଝିଅ ନିଖୋଜ ହେବା ପରେ ପରିବାର ଲୋକେ ଚାଇଲ୍ଡ ଲାଇନ୍ ସହାୟତାରେ ଥାନାରେ ଏତଲା ଦେଇଥିଲେ।
Advertisment
ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ପିଲାଟି ଅସାବଧାନତା ବଶତଃ ପାଇଖାନା ଟାଙ୍କିରେ ଖସି ପଡ଼ିଛି କି ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହାର ତଦନ୍ତ କରୁଛି ପୁଲିସ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
