ମାଛ ମାରିବାକୁ ଯାଇଥିଲେ, ଆସିଲା ଗୁଳିବିଦ୍ଧ ମୃତଦେହ

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ନିକଟ ଗଭୀର ସମୁଦ୍ର ଭିତରରୁ ଜଣେ ବୋଟ୍ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦେହରେ ଗୁଳି ବାଜିବା କାରଣରୁ ତାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ମାୟାଧର ମଲ୍ଲିକ। ମାୟାଧରଙ୍କ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ନରଣପୁର ଗାଁରେ। ମାୟାଧର ‘ମାଆ କାନନ୍’ ବୋଟ୍‌ରେ ବାଲେଶ୍ୱର ବଳରାମଗଡ଼ି ସମୁଦ୍ରକୁ ମାଛ ଧରିବାକୁ ସେ ଯାଇଥିଲେ। ସମୁଦ୍ରରେ ପାଟ୍ରୋଲିଂ କରୁଥିବା ବେଳେ କୋଷ୍ଟଗାର୍ଡଙ୍କୁ ମାୟାଧରଙ୍କ ମୃତଦେହ ମିଳିଥିବା କୁହାଯାଉଛି। ହେଲେ […]

paradip

paradip

Rakesh Mallick
  • Published: Saturday, 12 January 2019
  • Updated: 12 January 2019, 01:11 PM IST

Sports

Latest News

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ନିକଟ ଗଭୀର ସମୁଦ୍ର ଭିତରରୁ ଜଣେ ବୋଟ୍ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦେହରେ ଗୁଳି ବାଜିବା କାରଣରୁ ତାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ମାୟାଧର ମଲ୍ଲିକ। ମାୟାଧରଙ୍କ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ନରଣପୁର ଗାଁରେ।

ମାୟାଧର ‘ମାଆ କାନନ୍’ ବୋଟ୍‌ରେ ବାଲେଶ୍ୱର ବଳରାମଗଡ଼ି ସମୁଦ୍ରକୁ ମାଛ ଧରିବାକୁ ସେ ଯାଇଥିଲେ। ସମୁଦ୍ରରେ ପାଟ୍ରୋଲିଂ କରୁଥିବା ବେଳେ କୋଷ୍ଟଗାର୍ଡଙ୍କୁ ମାୟାଧରଙ୍କ ମୃତଦେହ ମିଳିଥିବା କୁହାଯାଉଛି। ହେଲେ କୋଷ୍ଟଗାର୍ଡ କର୍ମଚାରୀଙ୍କ ଗୁଳିମାଡ଼ରେ ମାୟାଧରଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଗଭୀର ସମୁଦ୍ରରେ ମାଛ ମାରିବାକୁ ଯାଇଥିବା ବେଳେ ଗୁଳିମାଡ଼ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

କୋଷ୍ଟଗାର୍ଡ ଡିଆଇଜି ରାଜେଶ ମକୱାନା ଗୁଳି ମାଡ଼ ଘଟଣାକୁ ସ୍ୱୀକାର କରିଛନ୍ତି। ପାଟ୍ରୋଲିଂ କର୍ମଚାରୀ ଅଟକିବେକୁ କହିବାରୁ ମାୟାଧରଙ୍କ ସମେତ ଅନ୍ୟମାନେ ଖସି ପଳାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଗୁଳିମାଡ଼ ହୋଇଛି। ତେବେ ସେମାନେ କାହିଁକି ଖସି ଯିବାକୁ ଚେଷ୍ଟା କରୁଥିଲେ ? କୋଷ୍ଟାଗାର୍ଡ କର୍ମଚାରୀମାନେ ଅଟକି ବାକୁ କହିବା ପରେ ସେମାନେ କହିଁକି ଶୁଣି ନଥିଲେ ? ଏହା ପଛରେ କ’ଣ କାରଣ ରହିଛି ? ଆଦି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos