ଡଙ୍ଗାବୁଡ଼ି: ଦୁଇ ଦିନ ପରେ ମିଳିଲା ଶିଶୁର ମୃତଦେହ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଡଙ୍ଗାବୁଡ଼ି ଘଟଣାର ଦୁଇ ଦିନ ପରେ ମହାନଦୀ ଗର୍ଭରୁ ମିଳିଛି ଆଉ ଏକ ମୃତଦେହ। ମୃତ ଶିଶୁ କନ୍ୟା ହେଉଛନ୍ତି ଶୁଭସ୍ମିତା ସ୍ୱାଇଁ। ଏହାକୁ ମିଶାଇ ଡଙ୍ଗାବୁଡ଼ିରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ଗତକାଲି ହସିଣା ଗାଁ ଶ୍ମଶାନରେ ଏକ ସଙ୍ଗେ ୮ ଜଣଙ୍କ ଜୁଈ ଜଳିଥିଲା। ଏହାକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଥିଲା। ବୁଧବାର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ହସିଣା ଗାଁର ୧୭ଟି ପରିବାରର ପୁରୁଷ, ମହିଳା […]

hh-1

hh-1

Manoranjan Sial
  • Published: Friday, 04 January 2019
  • Updated: 04 January 2019, 09:59 PM IST

Sports

Latest News

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଡଙ୍ଗାବୁଡ଼ି ଘଟଣାର ଦୁଇ ଦିନ ପରେ ମହାନଦୀ ଗର୍ଭରୁ ମିଳିଛି ଆଉ ଏକ ମୃତଦେହ। ମୃତ ଶିଶୁ କନ୍ୟା ହେଉଛନ୍ତି ଶୁଭସ୍ମିତା ସ୍ୱାଇଁ। ଏହାକୁ ମିଶାଇ ଡଙ୍ଗାବୁଡ଼ିରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ଗତକାଲି ହସିଣା ଗାଁ ଶ୍ମଶାନରେ ଏକ ସଙ୍ଗେ ୮ ଜଣଙ୍କ ଜୁଈ ଜଳିଥିଲା। ଏହାକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଥିଲା।

ବୁଧବାର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ହସିଣା ଗାଁର ୧୭ଟି ପରିବାରର ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ମୋଟ ୫୫ ଜଣ ବଣଭୋଜି କରିବାକୁ ଦୁଇଟି ଦେଶୀ ଡଙ୍ଗା ଯୋଗେ ହୁକିଟୋଲା ଯାଇଥିଲେ। ତେବେ ସେଠାରୁ ସେମାନେ ଗୋଟିଏ ଡଙ୍ଗାରେ ଫେରୁଥିଲେ। ଫେରିବା ବେଳେ କେନ୍ଦ୍ରାପଡ଼ାର ନିପାଣିଆଠାରେ ମହାନଦୀ ମୁହାଣରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା।

ରାଜ୍ୟ ସରକାର ଏହି ଘଟଣାରେ ମୃତକଙ୍କ ପିଛା ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିଲେ । ଆଜି ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜିଲ୍ଲାପାଳ ସହାୟତା ରାଶି ପ୍ରଦାନ କରିବାକୁ ଯାଇଥିଲା ବେଳେ ଗାଁ ଲୋକେ ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ସେମାନେ ସହାୟତା ଚେକ୍‌ ସ୍ଥାନୀୟ ତହସିଲଦାରଙ୍କୁ ଦେଇ ଚାଲି ଆସିଥିବା ଜଣାପଡ଼ିଛି।

https://youtu.be/wu1LiDWgAFA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos