Advertisment

ନର୍ସଙ୍କୁ ମାରି ଅଖାରେ ପୂରାଇ ନଦୀକୁ ଫିଙ୍ଗି ଦେଇଥିଲା ପ୍ରେମିକ!

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ନର୍ସକୁ ମାରି ଅଖାରେ ପୂରାଇ ନଦୀକୁ ଫିଙ୍ଗି ଦେଇଥିଲା ପ୍ରେମିକ! ଏପରି ଅଭିଯୋଗ ଜଗତସିଂହପୁରରୁ ଆସିଛି। ମୃତ ନର୍ସଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ମାଧ୍ୟମରେ ଘଟଣାର ତଦନ୍ତ ଆରମ୍ଭ କରୁଛି। ଅନ୍ୟପକ୍ଷରେ ମୃତ ନର୍ସଙ୍କ ପ୍ରେମିକ କିଏ, ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଭୁବନେଶ୍ୱର ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗାଁର ନିହାରିକା ପାତ୍ର କଟକରେ ଏକ ନିର୍ସିଂହୋମ୍‌ରେ ନର୍ସ ଭାବେ […]

ଅଦ୍ୟତନ ହୋଇଛି
ନର୍ସଙ୍କୁ ମାରି ଅଖାରେ ପୂରାଇ ନଦୀକୁ ଫିଙ୍ଗି ଦେଇଥିଲା ପ୍ରେମିକ!

nursh-killed

Advertisment

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ନର୍ସକୁ ମାରି ଅଖାରେ ପୂରାଇ ନଦୀକୁ ଫିଙ୍ଗି ଦେଇଥିଲା ପ୍ରେମିକ! ଏପରି ଅଭିଯୋଗ ଜଗତସିଂହପୁରରୁ ଆସିଛି। ମୃତ ନର୍ସଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ମାଧ୍ୟମରେ ଘଟଣାର ତଦନ୍ତ ଆରମ୍ଭ କରୁଛି। ଅନ୍ୟପକ୍ଷରେ ମୃତ ନର୍ସଙ୍କ ପ୍ରେମିକ କିଏ, ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ।

Advertisment

ଭୁବନେଶ୍ୱର ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗାଁର ନିହାରିକା ପାତ୍ର କଟକରେ ଏକ ନିର୍ସିଂହୋମ୍‌ରେ ନର୍ସ ଭାବେ କାର୍ଯ୍ୟରତ ଥିଲେ। ସେ ଗତ କିଛି ଦିନ ହେଲା ନିଖୋଜ ଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଉନଥିଲେ। ସବୁଆଡ଼ୁ ନିରାଶ ହୋଇ ପରିବାର ଲୋକେ ଗତ ୯ ତାରିଖରେ ଝିଅ ନିଖୋଜ ନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରୁଥିଲା।

ତେବେ ଆଜି ଜଗତସିଂହପୁର ଜିଲ୍ଲାର ବିରିଡି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାର ଦୋଗଛିଆ ନୂଆପାରି ନିକଟରୁ ଏକ ଅଖାରୁ ବନ୍ଧା ହୋଇଥିବା ଅବସ୍ଥାରେ ଯୁବତୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା। ପରେ ଏନେଇ ମଧୁପାଟଣା ଥାନାକୁ ଖବର ଦେଇଥିଲା। ପରେ ମଧୁପାଟଣା ଥାନା ପକ୍ଷରୁ ନିହାରିକାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ନିହାରିକାଙ୍କ ମାଆ, ଭଉଣୀ ଓ ଭିଣୋଇ ବିରିଡ଼ି ଥାନାରେ ପହଞ୍ଚି ତାଙ୍କ (ନିହାରିକା) ଡ୍ରେସ୍‌ରୁ ଚିହ୍ନି ଥିଲେ।

Advertisment

ନିହାରିକାଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମାତ୍ର କିଏ ସେହି ପ୍ରେମିକ, ତାହା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe