Advertisment

ମହାନଦୀରେ ୩ ନାବାଳକ ବୁଡ଼ିଯିବା ଘଟଣା; ମିଳିଲା ତୃତୀୟ ମୃତଦେହ

କଟକ(ଓଡ଼ିଶା ରିପୋର୍ଟର): ରବିବାର ମହାନଦୀ ଯୋବ୍ରା ବ୍ୟାରେଜ ନିକଟକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା ତିନି ଜଣ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ରବିବାର ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗତକାଲି ଅନ୍ୟ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ସକାଳେ ଗୁରୁଦ୍ୱାର ନିକଟରୁ ତୃତୀୟ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଏମ.ଡି. ସାଦ୍ଦିକ। ରବିବାର ଅପରାହ୍ଣରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ସାହିଲ ଖାନ, ସାଜିକ୍ ମଜିଦ୍ ଓ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ମହାନଦୀରେ ୩ ନାବାଳକ ବୁଡ଼ିଯିବା ଘଟଣା; ମିଳିଲା ତୃତୀୟ ମୃତଦେହ

deadbody

କଟକ(ଓଡ଼ିଶା ରିପୋର୍ଟର): ରବିବାର ମହାନଦୀ ଯୋବ୍ରା ବ୍ୟାରେଜ ନିକଟକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା ତିନି ଜଣ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ରବିବାର ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗତକାଲି ଅନ୍ୟ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ସକାଳେ ଗୁରୁଦ୍ୱାର ନିକଟରୁ ତୃତୀୟ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଏମ.ଡି. ସାଦ୍ଦିକ।

Advertisment

ରବିବାର ଅପରାହ୍ଣରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ସାହିଲ ଖାନ, ସାଜିକ୍ ମଜିଦ୍ ଓ ଆୟୁର ଖାନ୍ ଘରେ ମିଛ କହି ଗାଧୋଇବା ପାଇଁ ମହାନଦୀକୁ ଯାଇଥିଲେ। ଗାଧୋଇବା ବେଳେ ଚୋରା ବାଲିରେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ତିନି ସାଙ୍ଗ ବୁଡ଼ି ଯାଇଥିଲେ।

ସେଠାରେ ଉପସ୍ଥିତ ଲୋକମାନେ ଚିତ୍କାର ଶୁଣି ସାହିଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ଆୟୁର ଖାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Advertisment

ଖବର ପାଇ ଗତକାଲି ଅଗ୍ନିଶମ, ଓଡ୍ରାଫ୍‌ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତେବେ ପ୍ରବଳ ପାଣି ଥିବାରୁ ଖୋଜିବାରେ ଅସୁବିଧା ଦେଖା ଦେବାରୁ ଯୋବ୍ରା ବ୍ୟାରେଜରେ ଗେଟ୍‌ ପକାଯାଇ ପାଣିକୁ ଅଟକା ଯାଇଥିଲା। ପାଣି କମିବା ପରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିଲା।ସମସ୍ତଙ୍କ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Mahanadi Mishap