Advertisment

ଦୁବାଇରୁ ଫେରିଲା ଦୁଃଶାସନଙ୍କ ମରଶରୀର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଲର ଦୁଃଶାସନ ପାତ୍ରଙ୍କ ମରଶରୀର ଦୁବାଇରୁ ଓଡ଼ିଶା ଆସିଛି। ମୃତ୍ୟୁର ୧୧ ଦିନ ପରେ ଆଜି ପହଞ୍ଚିଛି ତାଙ୍କ ମୃତଦେହ।ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କ ମରଶରୀର ପହଞ୍ଚିବା ପରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଷ୍ପମାଲ୍ୟ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଦୁବାଇରେ ପାଇପ କାରିଗର ଭାବେ କାମ କରୁଥିଲେ ଦୁଃଶାସନ। ସେ ୭ ମାସ ତଳେ ଦୁବାଇ କାମ କରିବାକୁ ଯାଇଥିଲେ। ଗତ ୩୧ ତାରିଖରେ […]

author-image
Rakesh Mallick
ଦୁବାଇରୁ ଫେରିଲା ଦୁଃଶାସନଙ୍କ ମରଶରୀର

baijayanta

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଲର ଦୁଃଶାସନ ପାତ୍ରଙ୍କ ମରଶରୀର ଦୁବାଇରୁ ଓଡ଼ିଶା ଆସିଛି। ମୃତ୍ୟୁର ୧୧ ଦିନ ପରେ ଆଜି ପହଞ୍ଚିଛି ତାଙ୍କ ମୃତଦେହ।ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କ ମରଶରୀର ପହଞ୍ଚିବା ପରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଷ୍ପମାଲ୍ୟ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Advertisment

ଦୁବାଇରେ ପାଇପ କାରିଗର ଭାବେ କାମ କରୁଥିଲେ ଦୁଃଶାସନ। ସେ ୭ ମାସ ତଳେ ଦୁବାଇ କାମ କରିବାକୁ ଯାଇଥିଲେ। ଗତ ୩୧ ତାରିଖରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ମରଶରୀର ଘରକୁ ଫେରିପାରୁ ନଥିଲା।

ଏହି ଅବସରରେ ବୈଜୟନ୍ତ କହିଥିଲେ, “ଏହା ଅତ୍ୟନ୍ତ ଦୁଃଖର କଥା ଯେ, ଆମର ଲକ୍ଷ ଲକ୍ଷ ଭାଇ, ଭଉଣୀ ଯାଇ ବିଭିନ୍ନ ସ୍ଥାନରେ କାମ କରୁଛନ୍ତି। ଏହି ଭାଇ, ଉଭଣୀମାନଙ୍କୁ ଓଡ଼ିଶାରେ ନିଯୁକ୍ତି ମିଳୁ। ତାହାହେଲେ ଏପରି ଦୁଃଖଦ ଘଟଣା ଘଟନ୍ତା ନାହିଁ।

Advertisment