dhamagrah
ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଜଣେ ବ୍ୟକ୍ତିଙ୍କୁ ଘରୁ ଡାକି ନେଇ ତାଙ୍କୁ ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ତମ୍ବାଛଡା ଠାରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଅମୁର୍ଲାପଦର ଗାଁର ଗୋପି ସୁନାନୀ।
ଅଭିଯୋଗ ଅନୁସାରେ, ଗତକାଲି ଜଳେଶ୍ୱର ଓ ମଦନ ଗୋପିଙ୍କୁ ଘରୁ ଡାକିନେଇ ପଲସା ନେଇ ଯାଇଥିଲେ। ଗୋପି ରାତି ୮ଟା ପର୍ଯ୍ୟନ୍ତ ପରିବାର ଲୋକଙ୍କ ଯୋଗାଯୋଗରେ ଥିଲେ। ଘରୁ ଫେରୁଥିବା ମଧ୍ୟ କହିଥିଲେ। ହେଲେ ରାତିରେ ଆଉ ଘରକୁ ଫେରି ନଥିଲେ। ତାଙ୍କ ଫୋନ୍ ମଧ୍ୟ ସୁଇଚ୍ଅଫ୍ ଆସିଥିଲା। ପରେ ପରିବାର ଲୋକ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ଆଜି ସକାଳେ ଗୋପିଙ୍କ ମୃତଦେହ ତମ୍ବାଛଡା ରାସ୍ତାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ।
ପୁଲିସ ଓ ସାଇଣ୍ଟିଫିକ୍ ଟିକ୍ ପହଞ୍ଚି ଘଟଣାର ତଦନ୍ତ କରୁଛି। ଗୋପିଙ୍କ ମୃତଦେହ ନିକଟରେ ତାଙ୍କ ବାଇକ୍ ପଡ଼ିଛି। ଅନ୍ୟପକ୍ଷରେ ହତ୍ୟାକାରୀକୁ ଗିରଫ ଓ ନ୍ୟାୟ ଦାବିରେ ଗୋପିଙ୍କ ସ୍ତ୍ରୀ ଓ ସ୍ଥାନୀୟ ଲୋକେ ତମ୍ବାଛଡାଠାରେ ରାସ୍ତାରୋକ କରିଛନ୍ତି। ଜଳେଶ୍ୱର ଓ ମଦନ ଗୋପିଙ୍କୁ ହତ୍ୟା କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/Untitled-1-72.jpg)