/odisha-reporter/media/post_attachments/uploads/2015/05/Muncipality-1.jpg)
Muncipality-1
ବଲାଙ୍ଗୀର: ଜଣ୍ଡିସ ସ୍ଥିତି ନେଇ ଆଜି ବଲାଙ୍ଗୀର ମ୍ୟୁନିସିପାଲିଟି କାଉନସିଲ ବୈଠକରେ ହଟ୍ଟଗୋଳ ହୋଇଥିଲା। ଜଣ୍ଡିସ ସ୍ଥିତି ପାଇଁ ପୌରପାଳିକାକୁ ଦାୟୀ କରି ବିରୋଧୀ କଂଗ୍ରେସର ୪ ଜଣ କାଉନସିଲର ହୋହାଲ୍ଲା କରିବା ସହିତ କକ୍ଷତ୍ୟାଗ କରିଥିଲେ।/odisha-reporter/media/post_attachments/wp-content/uploads/2015/05/Muncipality_3_.jpg)
Advertisment
ଅନ୍ୟପକ୍ଷରେ ଆଜି ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ପ୍ରଥମ ଥର ପାଇଁ ମ୍ୟୁନିସିପାଲିଟି ଯାଇଥିଲେ। ମ୍ୟୁନିସିପାଲିଟି ବୈଠକଗୁଡ଼ିକୁ ତାଙ୍କୁ ଡକାଯାଉ ନଥିବା ନେଇ ସେ ଅଭିଯୋଗ କରିଥିଲେ। ନରସିଂହ ମିଶ୍ର ପ୍ରଥମ ଥର ପାଇଁ ମ୍ୟୁନିସିପାଲିଟି ଅଫିସକୁ ଆସିଥିବାରୁ ପୌର ଅଧ୍ୟକ୍ଷା ସନ୍ତୋଷିନୀ ବେହେରା ଖୁସି ଜାହିର କରିଥିଲେ।/odisha-reporter/media/post_attachments/wp-content/uploads/2015/05/Mishra_.jpg)
ତେବେ ସେ କହିଥିଲେ ଯେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପରାମର୍ଶକ୍ରମେ ତାଙ୍କ ନୋମିନିଙ୍କୁ କାଉନସିଲ୍ ବୈଠକକୁ ଡକାଯାଉଥିଲା। କିନ୍ତୁ ସେ ଏବେ ନିଜେ ଆସିବାକୁ ଇଚ୍ଛା ଜାହିର କରିଥିବାକୁ ଏହା ପରଠାରୁ ସବୁ କାଉନସିଲ ବୈଠକକୁ ତାଙ୍କୁ ନିମନ୍ତ୍ରଣ କରାଯିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
