Advertisment

ଅସହ୍ୟ ତାତି ସାଙ୍ଗକୁ ଲାଗି ରହିଛି ଗୁଳୁଗୁଳି

ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ସୋନପୁରରେ ୪୩.୦ ଡିଗ୍ରୀ, ସମ୍ୱଲପୁରରେ ୪୩.୦ ଡିଗ୍ରୀ, ବୌଦ୍ଧରେ ୪୨.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୮ ଡିଗ୍ରୀ

author-image
Manoranjan Sial
undefined

Heat Wave

ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଲାଗି ରହିଛି। ଯାହାଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆଜି ୪୩ ଡିଗ୍ରୀ ଉପରେ ୩ ସହର ରହିଛି। ୪୩.୭ ଡିଗ୍ରୀ ସହ ବଲାଙ୍ଗିର ପାଲଟିଛି ଉତ୍ତପ୍ତ ସହର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ସତର୍କ ସୂଚନା ଜାରି ରହିଛି।

Advertisment

ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ସୋନପୁରରେ ୪୩.୦ ଡିଗ୍ରୀ, ସମ୍ୱଲପୁରରେ ୪୩.୦ ଡିଗ୍ରୀ, ବୌଦ୍ଧରେ ୪୨.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୮ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ, ରାଉରକେଲାରେ ୪୨.୨ ଡିଗ୍ରୀ, ନୂଆପଡ଼ାରେ ୪୨.୦ ଡିଗ୍ରୀ, ବରଗଡ଼ରେ ୪୨.୦ ଡିଗ୍ରୀ, ବାରିପଦାରେ ୪୧.୯ ଡିଗ୍ରୀ, ବରଗଡ଼ରେ ୪୨.୦ ଡିଗ୍ରୀ, ହୀରାକୁଦରେ ୪୦.୯ ଡିଗ୍ରୀ, ତାଳଚେରରେ ୪୦.୮ ଡିଗ୍ରୀ, ଟିଟିଲାଗଡ଼ରେ ୪୦.୫ ଡିଗ୍ରୀ, ଭବାନୀପାଟଣାରେ ୪୦.୫ ଡିଗ୍ରୀ, ଫୁଲବାଣୀରେ ୪୦.୫ ଡିଗ୍ରୀ, ଅନୁଗୋଳରେ ୪୦.୧ ଡିଗ୍ରୀ, ଭଦ୍ରକରେ ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ମାଲକାନଗିରିରେ ୩୯.୫ ଡିଗ୍ରୀ, ଚାନ୍ଦବାଲିରେ ୩୯.୨ ଡିଗ୍ରୀ, ନୟାଗଡ଼ରେ ୩୯.୨ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୯.୦ ଡିଗ୍ରୀ, ଯାଜପୁରରେ ୩୯.୦ ଡିଗ୍ରୀ, ବାଲେଶ୍ୱରରେ ୩୯.୦ ଡିଗ୍ରୀ, ଢେଙ୍କାନାଳରେ ୩୮.୭ ଡିଗ୍ରୀ, ଭୁବନେଶ୍ୱରରେ ୩୮.୪ ଡିଗ୍ରୀ, କୋରାପୁଟରେ ୩୭.୯ ଡିଗ୍ରୀ, ନବରଙ୍ଗପୁରରେ ୩୭.୮ ଡିଗ୍ରୀ, ରାୟଗଡ଼ାରେ ୩୭.୬ ଡିଗ୍ରୀ, କଟକରେ ୩୭.୫ ଡିଗ୍ରୀ, ଜଗତସିଂହପୁରରେ ୩୭.୩ ଡିଗ୍ରୀ, ଖୋର୍ଦ୍ଧାରେ ୩୭.୦ ଡିଗ୍ରୀ, ଛତ୍ରପୁରରେ ୩୭.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୬.୫ ଡିଗ୍ରୀ, କେନ୍ଦୁଝରରେ ୩୫.୩ ଡିଗ୍ରୀ, ପୁରୀରେ ୩୫.୨ ଡିଗ୍ରୀ, ପାରାଦୀପରେ ୩୪.୦ ଡିଗ୍ରୀ, ଗୋପାଳପୁରରେ ୩୩.୭ ଡିଗ୍ରୀ ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୩୩.୫ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

Heat Wave Heat Wave In Odisha