/odisha-reporter/media/post_attachments/uploads/2015/08/vlcsnap-2015-08-21-17h21m18s242.png)
bolangirdakayat
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ବନ୍ଧପଡ଼ା-ଭୂତିଆରବାହାଲ୍ ରାସ୍ତାର ଅର୍ନ୍ତଲା ଛକରେ ସୁନା ବ୍ୟସାୟୀଙ୍କଠାରୁ ଡକାୟତି ଘଟଣାରେ ପୋଲିସ୍ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ୫ ଅଭିଯୁକ୍ତ ହେଲା- ତୁଷୁରାର ରାଜ୍ ଖାନ୍, ମୁନୁ ହୋତା, କପସିଲା ଗାଁର ପଞ୍ଚା ସାହୁ ଏବଂ ବଲାଙ୍ଗିରର ସୌମ୍ୟରଂଜନ ଦାଶ ଓ କିଟୁ ପୋଢ଼। ସେମାନଙ୍କଠାରୁ ଅଢେଇ ଭରି ସୁନା, ୨୧ ହଜାର ଟଙ୍କା, ୬ଟି ମୋବାଇଲ୍, ଦୁଇଟି ବାଇକ୍ ଓ ଆକ୍ରମଣରେ ବ୍ୟବହାର କରାଯାଇଥିବା ଲୁହା ଛଡ଼ ଏବଂ ବାଡ଼ି ଜବତ କରାଯାଇଛି। ତେବେ ଏ ଘଟଣାରେ ଆହୁରି ଅଧିକ ଲୋକ ସଂପୃକ୍ତ ଥିବା ପୋଲିସ୍ ସନ୍ଦେହ କରୁଛି।
Advertisment
ଗତ ୧୫ ତାରିଖରେ କୁଡା ସିଂହା ଗାଁର ସୁନା ବ୍ୟବସାୟୀ ଉଜ୍ଜଲ ବଜାରରୁ ଫେରୁଥିବା ବେଳେ ଅର୍ନ୍ତଲା ଛକ ଠାରେ ୫ରୁ ଅଧିକ ଯୁବକ ଲୁହା ଛଡ଼ ଓ ବାଡିରେ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ତାଙ୍କଠାରୁ ଟଙ୍କ। ଓ ସୁନାଗହଣା ଲୁଟ୍ କରି ନେଇଥିଲେ। ତୁଷୁରା ପୋଲିସ୍ ଏ ସଂପର୍କରେ ମାମଲା ରୁଜୁ କରି ତଦନ୍ତ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)

/odisha-reporter/media/post_attachments/wp-content/uploads/2015/08/vlcsnap-2015-08-21-17h21m40s790.png)