Advertisment

ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ରାଜ୍ୟ, ଜଳୁଛି ପଶ୍ଚିମ ଓଡ଼ିଶା

ସାଇକ୍ଲୋନ୍ ମୋକା ପାଇଁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ପବନ ଆସୁଥିବାରୁ ରାଜ୍ୟରେ ତାପମାତ୍ରା ବଢୁଛି। ଅପରପକ୍ଷେ ଗୁରୁଚାପ ବଳୟ ବି ସୃଷ୍ଟି ହେଉ ନଥିବାରୁ କାଳବୈଶାଖୀ ନାହିଁ। ତେଣୁ ଏଭଳି ସ୍ଥିତି ଉପୁଜିଛି।

Heat Wave

Heat Wave

Advertisment

ପ୍ରଚଣ୍ଡ ତାତି, ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ରାଜ୍ୟ। ଜଳୁଛି ପଶ୍ଚିମ ଓଡ଼ିଶା। ବଲାଙ୍ଗିର ଓ ଟିଟିଲାଗଡରେ ଅସମ୍ଭାଳ ତାତି। ୪୪ .୪ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗିର ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଟିଟିଲାଗଡ଼ ତାତି ବି ୪୪ ଡିଗ୍ରୀ ଛୁଇଁଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରୀ କରିଥିବା ବୁଲେଟିନ୍‌ ଅନୁସାରେ ଝାରସୁଗୁଡ଼ାରେ ୪୩.୬ ଡିଗ୍ରୀ, ଭବାନୀପାଟଣାରେ ୪୩.୫ ଡିଗ୍ରୀ, ବୌଦ୍ଧରେ ୪୨.୯ ଡିଗ୍ରୀ, ସମ୍ୱଲପୁରରେ ୪୨.୮ ଡିଗ୍ରୀ, ସୋନପୁରରେ ୪୨.୮ ଡିଗ୍ରୀ, ମାଲକାନଗିରିରେ ୪୨.୮ ଡିଗ୍ରୀ, ଅନୁଗୋଳରେ ୪୨.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୪ ଡିଗ୍ରୀ, ରାଉରକେଲାରେ ୪୨.୨ ଡିଗ୍ରୀ, ବରଗଡ଼ରେ ୪୨.୧ ଡିଗ୍ରୀ, ତାଳଚେରରେ ୪୨.୦ ଡିଗ୍ରୀ, ନୂଆପଡ଼ାରେ ୪୨.୦ ଡିଗ୍ରୀ, ନୟାଗଡ଼ରେ ୪୨.୦ ଡିଗ୍ରୀ, ହୀରାକୁଦରେ ୪୧.୯ ଡିଗ୍ରୀ, ନବରଙ୍ଗପୁରରେ ୪୦.୪ ଡିଗ୍ରୀ ଓ ଭଦ୍ରକରେ ୪୦.୦ ତାପମାତ୍ରା ଡିଗ୍ରୀ ରେକର୍ଡ କରାଯାଇଛି

ସେହିପରି ପାରଳାଖେମୁଣ୍ଡିରେ ୩୯.୫ ଡିଗ୍ରୀ, ଦେବଗଡ଼ରେ ୩୯.୨ ଡିଗ୍ରୀ, ଢେଙ୍କାନାଳରେ ୩୯.୧ ଡିଗ୍ରୀ, ରାୟଗଡ଼ାରେ ୩୮.୮ ଡିଗ୍ରୀ, ଚାନ୍ଦବାଲିରେ ୩୮.୫ ଡିଗ୍ରୀ, କେନ୍ଦୁଝରରେ ୩୮.୪ ଡିଗ୍ରୀ, ଭୁବନେଶ୍ୱରରେ ୩୮.୪ ଡିଗ୍ରୀ, ଜଗତସିଂହପୁରରେ ୩୮.୩ ଡିଗ୍ରୀ, ଯାଜପୁରରେ ୩୮.୦ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୮.୦ ଡିଗ୍ରୀ, କଟକରେ ୩୭.୬ ଡିଗ୍ରୀ, ଫୁଲବାଣୀରେ ୩୭.୩ ଡିଗ୍ରୀ, ଖୋର୍ଦ୍ଧାରେ ୩୭.୦ ଡିଗ୍ରୀ, କୋରାପୁଟରେ ୩୭.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୭.୦ ଡିଗ୍ରୀ, ବାଲେଶ୍ୱରରେ ୩୫.୪ ଡିଗ୍ରୀ, ବାରିପଦାରେ ୩୫.୨ ଡିଗ୍ରୀ, ଛତ୍ରପୁରରେ ୩୫.୦ ଡିଗ୍ରୀ, ପୁରୀରେ ୩୪.୭ ଡିଗ୍ରୀ, ପାରାଦୀପରେ ୩୪.୭ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ତେବେ ପାଣିପାଗ ବିଶେଷଜ୍ଞଙ୍କ ମତରେ ସାଇକ୍ଲୋନ୍ ମୋକା ପାଇଁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ପବନ ଆସୁଥିବାରୁ ରାଜ୍ୟରେ ତାପମାତ୍ରା ବଢୁଛି। ଅପରପକ୍ଷେ ଗୁରୁଚାପ ବଳୟ ବି ସୃଷ୍ଟି ହେଉ ନଥିବାରୁ କାଳବୈଶାଖୀ ନାହିଁ। ତେଣୁ ଏଭଳି ସ୍ଥିତି ଉପୁଜିଛି।

Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe