/odisha-reporter/media/post_attachments/uploads/2020/07/bolangiri-1.jpg)
bolangiri-1
ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଜିଠୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାକୁ ଶଟଡାଉନ୍ ଘୋଷଣା କରାଯାଇଛି। କରୋନା ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ୪ ଦିନିଆ ଶଟଡାଉନ୍ ନିଷ୍ପତ୍ତି ନେଇଛି । ଏହା ସହ ଲୋକମାନେ କିଭଳି ସାମାଜିକ ଦୂରତା ଏବଂ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେବେ ସେ ନେଇ ମଧ୍ୟ ସେମାନଙ୍କୁ ସଚେତନ କରାଯାଇଛି ।
Advertisment
ଶଟଡାଉନ୍ କଟକଣାରୁ କିନ୍ତୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି । ହସ୍ପିଟାଲ, କ୍ଳିନିକ୍, ନର୍ସିଂ ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ମେଡିକାଲ ଷ୍ଟାଫମାନଙ୍କୁ ମେଡିକାଲ ଯିବା ଆସିବା କରିବା ପାଇଁ ଅନୁମତି ମିଳିଛି । ଟେଲିକମ୍ ସେବା, ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ । ଛାପା ଓ ବୈଦୁତିକ ଗଣମାଧ୍ୟମକୁ କଟକଣାରୁ ବାଦ୍ ଦିଆଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
