ମରୁଡ଼ି ଘୋଷଣା ଦାବିରେ ବଲାଙ୍ଗିରରେ ଚାଷୀ ସମାବେଶ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲାରେ ଉତ୍କଟ ରୂପ ଧାରଣ କରିଛି ମରୁଡ଼ି। ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଓ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ଏକ ସମାବେଶ ଆୟୋଜିତ ହୋଇଥିଲା। ଆମ୍ ଆଦମୀ ପାର୍ଟିର ବିଧାୟକ ଅଲକା ଲାମ୍ବା ଓ ନରେଶ ଯାଦବ ଏଥିରେ ଯୋଗ ଦେଇ ଚାଷୀଙ୍କ ଦୁର୍ଦ୍ଦଶା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି।

ଏହି ଅବସରରେ ଏକ ଶୋଭାଯାତ୍ରା ବଲାଙ୍ଗିର ସହର ପରିକ୍ରମା କରିବା ପରେ ଟାଉନ ହଲ୍‌ରେ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା।  ଏଥିରେ ପଶ୍ଚିମ ଓଡ଼ିଶାର ଅନେକ ଚାଷୀ ନେତା ଯୋଗ ଦେଇଥିଲେ।