ବଲାଙ୍ଗୀରରେ ଜଣ୍ଡିସ୍ ସ୍ଥିତି ବୁଲି ଦେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ବଲାଙ୍ଗୀର: ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ବଲାଙ୍ଗୀର ଗସ୍ତରେ ଆସି ଜଣ୍ଡିସ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଜଣ୍ଡିସରେ ଅଧିକ ପ୍ରଭାବିତ ହୋଇଥିବା ବଲାଙ୍ଗୀର ସହରର ୧୦ ନମ୍ବର ୱାର୍ଡ ବୁଲି ଦେଖିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ। ସେଠାରେ ସେ ରୋଗୀଙ୍କ ସଂପର୍କୀୟ ତଥା ସ୍ଥାନୀୟ ଲୋକଙ୍କ ସହିତ ଜଣ୍ଡିସ୍ ସଂପର୍କରେ ଆଲୋଚନା କରିଥିଲେ। ସେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ଯାଇଥିଲେ। ସେଠାରେ ସେ ଚିକିତ୍ସିତ ହେଉଥିବା ଜଣ୍ଡିସ ରୋଗୀମାନଙ୍କୁ ଭେଟି ଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା […]

healthminister

healthminister

Rakesh Mallick
  • Published: Wednesday, 06 May 2015
  • Updated: 06 May 2015, 10:30 AM IST

ବଲାଙ୍ଗୀର: ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ବଲାଙ୍ଗୀର ଗସ୍ତରେ ଆସି ଜଣ୍ଡିସ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଜଣ୍ଡିସରେ ଅଧିକ ପ୍ରଭାବିତ ହୋଇଥିବା ବଲାଙ୍ଗୀର ସହରର ୧୦ ନମ୍ବର ୱାର୍ଡ ବୁଲି ଦେଖିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ। ସେଠାରେ ସେ ରୋଗୀଙ୍କ ସଂପର୍କୀୟ ତଥା ସ୍ଥାନୀୟ ଲୋକଙ୍କ ସହିତ ଜଣ୍ଡିସ୍ ସଂପର୍କରେ ଆଲୋଚନା କରିଥିଲେ।

ସେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ଯାଇଥିଲେ। ସେଠାରେ ସେ ଚିକିତ୍ସିତ ହେଉଥିବା ଜଣ୍ଡିସ ରୋଗୀମାନଙ୍କୁ ଭେଟି ଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ରୋଗୀମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ସିଡିଏମଓଙ୍କୁ ନିର୍ଦେଶ ଦେଇଥିଲେ। ତା’ସହିତ ଡାକ୍ତରଖାନା ପରିସରରେ ଥିବା ’ନିରାମୟ’ କେନ୍ଦ୍ର ବୁଲି ଦଖିଥିଲେ।

ତା’ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣ୍ଡିସ ସ୍ଥିତିର ସମୀକ୍ଷା କରିଥିଲେ। ଏଥିରେ ଜିଲ୍ଲାପାଳ ଏମ୍. ମୁଥୁକୁମାର ଓ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜଣ୍ଡିସ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠିତ ଟାସ୍କେଫାର୍ସର ସଦସ୍ୟମାନ ମଧ୍ୟ ଉପସ୍ଥିତ ରହିଥିଲେ। ଜଣ୍ଡିସକୁ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦେକ୍ଷପ ସଂପର୍କର ମନ୍ତ୍ରୀ ଶ୍ରୀ ନାୟକଙ୍କୁ ଅବଗତ କରାଯାଇଥିଲା।

ପିଏଚଡି ପକ୍ଷରୁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉନଥିବା ଯୋଗୁ ବଲାଙ୍ଗୀରରେ ଜଣ୍ଡିସ ବ୍ୟାପିଛି ଅଭିଯୋଗ ହୋଇଥିବା ବେଳେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସଂପୃକ୍ତ ଅଧିକାରୀମାନଙ୍କୁ କଡ଼ା ଚେତାବନୀ ଦେଇଥିଲେ। ଶୁଦ୍ଧ ପାଣି ଯୋଗାଇବା ସହିତ ପାଇପ ଲାଇନଗୁଡ଼ିକୁ ସଜାଡ଼ିବାକୁ ଓ ଭଲ ପାଇପ ବିଛାଇବାକୁ ସେ ନିର୍ଦେଶ ଦେଇଥିଲେ। ଏହା ସହିତ ଜଣ୍ଡିସ ରୋକିବାକୁ ଜିଲ୍ଲାର ସମସ୍ତ ଅଧିକାରୀ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେବା ସହିତ କାର୍ଯ୍ୟରେ ଅବହେଳା କଲେ ସଂପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ଏହା ପୂର୍ବରୁ ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଭୁବେନଶ୍ୱରରେ ବଲାଙ୍ଗୀର ଜଣ୍ଡିସ ସ୍ଥିତିର ସମୀକ୍ଷା କରିଥିଲେ। ଏଥିର ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହେଦଓ ମଧ୍ୟ ଉପସ୍ଥିତ ଥିଲେ। ବଲାଙ୍ଗୀରରେ ମୋଟ ୫୦ ଜଣ ଲୋକ ଜଣ୍ଡିସରେ ପୀଡ଼ିତ ଅଛନ୍ତି ବୋଲି ଏ ଦୁଇ ମନ୍ତ୍ରୀ ସମୀକ୍ଷା ପରେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଗତକାଲି ସନ୍ଧ୍ୟାରେ ଜଣ୍ଡିସରେ ବଲାଙ୍ଗୀରର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story