ଦାଣ୍ଡ ଦୁଆରୁ ଲୁଟିନେଲେ ବୋଲେରୋ, ସିସିଟିଭିରେ କଏଦ ହୋଇଗଲା ଦୃଶ୍ୟ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଅନ୍ଧାର ରାତିର ସୁଯୋଗ ନେଇ ଲୁଟି ନେଲେ ବୋଲେରୋ। ପ୍ରାୟ ୪ ଯୁବକ ଆସି ଏପରି କାଣ୍ଡ ଘଟାଇ ଚୁପଚାପ ପଳାଇଥିବା ବେଳେ ସିସି ଟିଭିରେ କିନ୍ତୁ କଏଦ ହୋଇଯାଇଛି ଚୋରି ହେବାର ସମ୍ପୂର୍ଣ ଦୃଶ୍ୟ । ଏ ଦୃଶ୍ୟ ହେଉଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଗୋପବନ୍ଧୁ ନଗରର। ଗୋପବନ୍ଧୁ ନଗର ଗାଁର ଅନ୍ତର୍ଯ୍ୟାମୀ ପଟ୍ଟନାୟକ ସବୁ ଦିନ ପରି ଗତକାଲି ରାତିରେ ମଧ୍ୟ ନିଜ ବୋଲେରୋକୁ ଦାଣ୍ଡ ଦୁଆରେ ରଖିଥିଲେ। ତେବେ […]

bolero-1

Niharika Rout
  • Published: Monday, 31 August 2020
  • , Updated: 31 August 2020, 11:29 AM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଅନ୍ଧାର ରାତିର ସୁଯୋଗ ନେଇ ଲୁଟି ନେଲେ ବୋଲେରୋ। ପ୍ରାୟ ୪ ଯୁବକ ଆସି ଏପରି କାଣ୍ଡ ଘଟାଇ ଚୁପଚାପ ପଳାଇଥିବା ବେଳେ ସିସି ଟିଭିରେ କିନ୍ତୁ କଏଦ ହୋଇଯାଇଛି ଚୋରି ହେବାର ସମ୍ପୂର୍ଣ ଦୃଶ୍ୟ । ଏ ଦୃଶ୍ୟ ହେଉଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଗୋପବନ୍ଧୁ ନଗରର।

ଗୋପବନ୍ଧୁ ନଗର ଗାଁର ଅନ୍ତର୍ଯ୍ୟାମୀ ପଟ୍ଟନାୟକ ସବୁ ଦିନ ପରି ଗତକାଲି ରାତିରେ ମଧ୍ୟ ନିଜ ବୋଲେରୋକୁ ଦାଣ୍ଡ ଦୁଆରେ ରଖିଥିଲେ। ତେବେ ବିଳମ୍ବିତ ରାତିରେ ପ୍ରାୟ ୫ ଲୁଟେରେ ୨ଟି ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। କିଛି ସମୟ ଚତୁଃପାର୍ଶ୍ୱକୁ ଅନାଇବା ପରେ  ଅନାୟସରେ ନକଲି ଚାବିରେ ଗାଡି ଷ୍ଟାର୍ଟ କରିଥିଲେ। ଏହାପରେ କେବଳ ଜଣେ ଲୁଟେରେ ଗାଡ଼ିକୁ ୧୬ ନମ୍ବର ଜାତୀୟ ରାଜପଥ ଆଡକୁ ଦ୍ରୁତ ଗତିରେ ନେଇ ପଳାଇଥିଲେ । ଏହାପରେ ୨ଟି ବାଇକ୍‌ରେ ୪ ଜଣ ତାଙ୍କ ପିଛା କରି ପଳାଇଥିଲେ।

ଆଜି ସକାଳେ ଅନ୍ତର୍ଯ୍ୟାମୀ ଦାଣ୍ଡ ଦୁଆରେ ବୋଲେରୋ ନ ଥିବା ଦେଖି ଚାରିଆଡେ ଖୋଜାଖୋଜି କରିଥିଲେ। ଏହାପରେ ସିସିଟିଭି ଫୁଟେଜରେ ଲୁଟ୍‌ ହୋଇଥିବା ଦେଖି ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Related story