ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଆଇଓସିଏଲ୍ ପ୍ଲାଣ୍ଟ ମ୍ୟାନେଜରଙ୍କ କାର୍ ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବୋମା ମାଡ଼ର କାରଣ ଜଣାପଡ଼ି ନ ଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଗତକାଲି ରାତି ପ୍ରାୟ ୮ଟା ବେଳେ ପ୍ଲାଣ୍ଟ ମ୍ୟାନେଜର ନୃସିଂହ ଚରଣ ସେଠୀ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ କୁସୁମାଟି-ଛଣଘର ରାସ୍ତା ତାରିଣୀ ମନ୍ଦିର ନିକଟରେ ତାଙ୍କ କାର୍ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ୨ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ବୋମା ମାଡ଼ କରି ଫେରାର ହୋଇଯାଇ ଥିବା କୁହାଯାଉଛି।
ବୋମାମାଡ଼ରେ କାର୍ର ଆଗ କାଚ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ଶ୍ରୀକାନ୍ତ ମଲ୍ଲିକ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ହେଲେ ପ୍ଲାଣ୍ଟ ମ୍ୟାନେଜର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋମା ମାଡ଼ର କାରଣ ଜଣାପଡ଼ିନାହିଁ। ଜଟଣୀ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଜାନୁଆରୀରେ ଦୁଇ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୭ ଓ ୨୮ତାରିଖ ‘ଉତ୍କର୍ଷ ଓଡ଼ିଶା’ କନ୍କ୍ଲେଭ ଭୁବନେଶ୍ୱରରେ ଆୟୋଜିତ ହେବ। ସେଥିରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବ।
Weather
କମିବ ଶୀତ, ବଢ଼ିବ ତାପମାତ୍ରା; ହୋଇପାରେ ବର୍ଷା
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଆଗାମୀ ୪୮ ଘଣ୍ଟା ଭିତରେ କୋରାପୁଟ ଓ କନ୍ଧମାଳରେ ଘନ କୁଡୁଡି ହେବାର ସମ୍ଭାବନା ରହିଛି।
Politics
ବିଜେଡିରୁ ଚାଲିଛି ଇସ୍ତଫାର ସୁଅ, ବିଜେପିରେ ମିଶିଲେ ଜୟପୁର ବ୍ଲକ ଅଧ୍ୟକ୍ଷା
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେ କୋରାପୁଟ, କଟକ ଓ ଯାଜପୁର ଜିଲ୍ଲାର ତୃଣମୂଳସ୍ତର ନେତାମାନେ ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ।
Miscellaneous
ଆସନ୍ତାକାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ
ବଡ଼କଥା ହେଉଛି ମରାମତି କାମ ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା ସମସ୍ତେ ସେବାୟତଙ୍କ ଭଳି ପାରମ୍ପରିକ ପୋଷାକ ପରିଧାନ କରିବେ। ଶ୍ରମିକ ଓ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ଦିଆଯିବ। ବିନା ପରିଚୟପତ୍ରରେ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ।
Politics
ଡିଲ୍ ପଛରେ ଅଛି କି ଡିଲ୍, ବିଜୟ ପାଲଟିଲେ ବିଜେଡି ଅସନ୍ତୁଷ୍ଟଙ୍କ ସ୍ୱର?
ମହୋତ୍ସବରୁ ଫେରିବାର ପ୍ରାୟ ୩ଦିନ ପରେ ଗଣମାଧ୍ୟମକୁ ଡାକି କୁଟ୍ଟେ ଓ ଆଶୀଷ ସିଂ ଦିଲ୍ଲୀ ଯିବା ପଛରେ ଡିଲ୍ ହୋଇଥିବା ଅଭିଯୋଗ ଆଣିଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କଠୁ ସ୍ପଷ୍ଟୀକରଣ ବି ମାଗିଛନ୍ତି ।