Advertisment

ଆଇଓସିଏଲ୍ ପ୍ଲାଣ୍ଟ ମ୍ୟାନେଜରଙ୍କ କାର୍‌ ଉପରକୁ ବୋମାମାଡ଼

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଆଇଓସିଏଲ୍ ପ୍ଲାଣ୍ଟ ମ୍ୟାନେଜରଙ୍କ କାର୍‌ ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବୋମା ମାଡ଼ର କାରଣ ଜଣାପଡ଼ି ନ ଥିବା ବେଳେ  ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ରାତି ପ୍ରାୟ ୮ଟା ବେଳେ ପ୍ଲାଣ୍ଟ ମ୍ୟାନେଜର ନୃସିଂହ ଚରଣ ସେଠୀ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ  କୁସୁମାଟି-ଛଣଘର ରାସ୍ତା ତାରିଣୀ ମନ୍ଦିର ନିକଟରେ ତାଙ୍କ କାର୍ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ୨ […]

ଆଇଓସିଏଲ୍ ପ୍ଲାଣ୍ଟ ମ୍ୟାନେଜରଙ୍କ କାର୍‌ ଉପରକୁ ବୋମାମାଡ଼

boming

Advertisment

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଆଇଓସିଏଲ୍ ପ୍ଲାଣ୍ଟ ମ୍ୟାନେଜରଙ୍କ କାର୍‌ ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବୋମା ମାଡ଼ର କାରଣ ଜଣାପଡ଼ି ନ ଥିବା ବେଳେ  ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଗତକାଲି ରାତି ପ୍ରାୟ ୮ଟା ବେଳେ ପ୍ଲାଣ୍ଟ ମ୍ୟାନେଜର ନୃସିଂହ ଚରଣ ସେଠୀ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ  କୁସୁମାଟି-ଛଣଘର ରାସ୍ତା ତାରିଣୀ ମନ୍ଦିର ନିକଟରେ ତାଙ୍କ କାର୍ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ୨ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବୋମା ମାଡ଼ କରି ଫେରାର ହୋଇଯାଇ ଥିବା କୁହାଯାଉଛି।

ବୋମାମାଡ଼ରେ କାର୍‌ର ଆଗ କାଚ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ଶ୍ରୀକାନ୍ତ ମଲ୍ଲିକ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ହେଲେ ପ୍ଲାଣ୍ଟ ମ୍ୟାନେଜର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋମା ମାଡ଼ର କାରଣ ଜଣାପଡ଼ିନାହିଁ। ଜଟଣୀ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
IOCL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe