Advertisment

ବିଲରେ ଚରୁଥିଲା ଗାଈ, ପାଟିରେ ଫୁଟିଲା ବୋମା

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ବାରହା ଶିକାର କରିବା ପାଇଁ ବିଲ ମଧ୍ୟରେ ରଖାଯାଇଥିଲା ବୋମା । ମାତ୍ର ସେଠାରେ ଚରୁଥିବା ଗାଈଟି ତାହା ଖାଇଦେବାରୁ ତା’  ପାଟିରେ ବୋମା ବିସ୍ଫୋରଣ ହୋଇ ଅବସ୍ଥା ଗୁରୁତର ହୋଇ ପଡିଥିବା ଜଣାଯାଇଛି । ସୂଚନା ଅନୁସାରେ, କେନ୍ଦୁପାଟ ଗ୍ରାମର କିଛି ଦୁର୍ବୃତ୍ତ ନିୟମିତ ଭାବେ ବାରହା ଶିକାର କରନ୍ତି । ଏଥିପାଇଁ ସେମାନେ ବିଲ ମଧ୍ୟରେ ବୋମା ରଖନ୍ତି ଏବଂ ବାରହା ତାକୁ ଖାଇ ମୃତ୍ୟୁବରଣ କରନ୍ତି । ତେବେ ବେଳେ […]

ବଜ୍ରାଘାତରେ ୨୫ ଗାଈ ମୃତ

cow

Advertisment

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ବାରହା ଶିକାର କରିବା ପାଇଁ ବିଲ ମଧ୍ୟରେ ରଖାଯାଇଥିଲା ବୋମା । ମାତ୍ର ସେଠାରେ ଚରୁଥିବା ଗାଈଟି ତାହା ଖାଇଦେବାରୁ ତା’  ପାଟିରେ ବୋମା ବିସ୍ଫୋରଣ ହୋଇ ଅବସ୍ଥା ଗୁରୁତର ହୋଇ ପଡିଥିବା ଜଣାଯାଇଛି ।

Advertisment

ସୂଚନା ଅନୁସାରେ, କେନ୍ଦୁପାଟ ଗ୍ରାମର କିଛି ଦୁର୍ବୃତ୍ତ ନିୟମିତ ଭାବେ ବାରହା ଶିକାର କରନ୍ତି । ଏଥିପାଇଁ ସେମାନେ ବିଲ ମଧ୍ୟରେ ବୋମା ରଖନ୍ତି ଏବଂ ବାରହା ତାକୁ ଖାଇ ମୃତ୍ୟୁବରଣ କରନ୍ତି । ତେବେ ବେଳେ ବେଳେ ଗାଈଗୋରୁ ମଧ୍ୟ ବିଲରେ ଚରୁଥିବା ବେଳେ ଏହି ବୋମାକୁ ଖାଇ ଗୁରୁତର ହୋଇଥିବା ନଜିର ରହିଛି ।

ଗତକାଲି ସନ୍ଧ୍ୟାରେ ଗ୍ରାମର ସୁଦୁରୁ ରାଉତଙ୍କ ଗାଈ ଚରିବାକୁ ଯାଇ ଘରକୁ ଫେରି ନଥିଲା । ବହୁ ଖୋଜାଖୋଜି ପରେ ଗାଁ ନିକଟସ୍ଥ ଜଗାଘାଇ ସ୍ଥିତ ଏକ ବିଲରେ ଗୁରୁତର ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ବୋମା ଖାଇଦେବାରୁ ପାଟିରେ ବିସ୍ଫୋରଣ ଘଟି ମୁହଁର ତଳ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଛି।

Advertisment

ଗାଈଟି ୧୫ ଦିନ ତଳେ ଏକ ମାଈ ବାଛୁରୀକୁ ଜନ୍ମ ଦେଇ ଥିବା ଜଣାପଡିଛି । ଏ ନେଇ ସୁଦୁରୁ ଗ୍ରାମର ଜଣେ ବ୍ୟକ୍ତିଙ୍କ ବିରୋଧରେ ସେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି । ଏତଲା ପାଇ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ୍‌ ଟିମ କେନ୍ଦୁପାଟ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe