Advertisment

କମେଣ୍ଟ ମରାକୁ ନେଇ ଗାଁରେ ଫୁଟିଲା ବୋମା

ଭଞ୍ଜନଗର(ରାକେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବନ୍ଧ ସାହିରେ ବୋମା ମାଡ଼ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଚନ୍ଦନ ନାଇକ, ଦିଗାମ୍ବର ନାଇକ ଓ ରିତୁ ନାଇକଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କୃଷ୍ଣ ଗୌଡ଼। ମିଳିଥିବା ସୂଚନା ଅନୁସାରେ, କମେଣ୍ଟ ମରାକୁ ନେଇ ପଇତା ସାହି ଓ ଓଡ଼ିଆ ସାହି ମଧ୍ୟରେ କିଛି ଦିନ […]

author-image
Tapaswini Nayak
କମେଣ୍ଟ ମରାକୁ ନେଇ ଗାଁରେ ଫୁଟିଲା ବୋମା

bhanjanagar

ଭଞ୍ଜନଗର(ରାକେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବନ୍ଧ ସାହିରେ ବୋମା ମାଡ଼ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଚନ୍ଦନ ନାଇକ, ଦିଗାମ୍ବର ନାଇକ ଓ ରିତୁ ନାଇକଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କୃଷ୍ଣ ଗୌଡ଼।

Advertisment

ମିଳିଥିବା ସୂଚନା ଅନୁସାରେ, କମେଣ୍ଟ ମରାକୁ ନେଇ ପଇତା ସାହି ଓ ଓଡ଼ିଆ ସାହି ମଧ୍ୟରେ କିଛି ଦିନ ଧରି ତିକ୍ତତା ଲାଗି ରହିଥିଲା। ଗତକାଲି ରାତିରେ ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବନ୍ଧସାହି ନିକଟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଚାଲିଥିବା ସମୟରେ କେହି ଜଣେ ଦୁର୍ବୃତ୍ତ ସେଠାରେ ବୋମାମାଡ଼ କରି ଚମ୍ଫଟ ମାରିଥିଲା। ଏହି ବୋମାମାଡ଼ରେ କୃଷ୍ଣ ଗୌଡ଼ ଗୁରୁତର ହୋଇଥିବା ବେଳେ ତିନି ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ କୃଷ୍ଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

Bomb Blast