Advertisment

ମୃତ ଦାଦନ କେନାଲୁଙ୍କ କରୁଣ କାହାଣୀ; ସ୍ତ୍ରୀ, ଝିଅ ବି ଯାଇଛନ୍ତି ଦାଦନ ଖଟିବାକୁ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଦାଦନ ଖଟିବାକୁ  ସ୍ତ୍ରୀ, ଝିଅ ଚାଲି ଯାଇଛନ୍ତି ଆନ୍ଧ୍ର। ଏହାପରେ ଥିଲା ସ୍ୱାମୀଙ୍କ ପାଳି। ସେ ବି ଏଥିନିମନ୍ତେ  ଗାଁର ଆଉ କିଛି ଲୋକଙ୍କ ସହ ବାହାରି ଆସିଥିଲେ। ହେଲେ ରାଜ୍ୟ ବାହାରକୁ ଯିବା ପୂର୍ବରୁ ବନ୍ଧକ ରଖିଥିଲେ ସର୍ଦ୍ଦାର। ଏହି ସମୟରେ ଠିକ୍‌ ସେ ଖାଇବାକୁ ପାଉ ନ ଥିବା ବେଳେ ରୋଗରେ ପଡ଼ି ଆଖି ବୁଜିଲେ। ମୃତ ଶ୍ରମିକ ବରଗଡ଼ ବରପାଲି  ଅଞ୍ଚଳର କେନାଲୁ ମଲ୍ଲିକଙ୍କ କରୁଣ କାହାଣୀ ଗଣମାଧ୍ୟମରେ ପ୍ରସାରିତ […]

ମୃତ ଦାଦନ କେନାଲୁଙ୍କ କରୁଣ କାହାଣୀ; ସ୍ତ୍ରୀ, ଝିଅ ବି ଯାଇଛନ୍ତି ଦାଦନ ଖଟିବାକୁ

dadan-1..

Advertisment

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଦାଦନ ଖଟିବାକୁ  ସ୍ତ୍ରୀ, ଝିଅ ଚାଲି ଯାଇଛନ୍ତି ଆନ୍ଧ୍ର। ଏହାପରେ ଥିଲା ସ୍ୱାମୀଙ୍କ ପାଳି। ସେ ବି ଏଥିନିମନ୍ତେ  ଗାଁର ଆଉ କିଛି ଲୋକଙ୍କ ସହ ବାହାରି ଆସିଥିଲେ। ହେଲେ ରାଜ୍ୟ ବାହାରକୁ ଯିବା ପୂର୍ବରୁ ବନ୍ଧକ ରଖିଥିଲେ ସର୍ଦ୍ଦାର। ଏହି ସମୟରେ ଠିକ୍‌ ସେ ଖାଇବାକୁ ପାଉ ନ ଥିବା ବେଳେ ରୋଗରେ ପଡ଼ି ଆଖି ବୁଜିଲେ।

Advertisment

ମୃତ ଶ୍ରମିକ ବରଗଡ଼ ବରପାଲି  ଅଞ୍ଚଳର କେନାଲୁ ମଲ୍ଲିକଙ୍କ କରୁଣ କାହାଣୀ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ। ବଲାଙ୍ଗିର ଓ ବରଗଡ ଜିଲ୍ଳାର ଶ୍ରମ ଅଧିକାରୀଙ୍କ ସହିତ ଆଲୋଚନା କରି ଘଟଣାର ତଦନ୍ତ କରାଯିବ ଏବଂ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି  ଜିଲ୍ଳାପାଳ ଅରିନ୍ଦମ ଡାକୁଆ।

ସେପଟେ ମୃତ କେନାଲୁଙ୍କ ସ୍ତ୍ରୀ ଓ ଝିଅଙ୍କୁ ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ଚାଲାଣ କରିଦେଇଛି ବେଳପଡାର ଦାଦନ ସର୍ଦ୍ଦାର କ୍ଷମାନିଧୀ ।  ତେଣୁ ସେମାନଙ୍କୁ ମଧ୍ୟ ଉଦ୍ଧାର କରିବା ପାଇଁ ପଦକ୍ଷେପ ନେବା ସହିତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଳାପାଳ ।

Advertisment

ଅଭିଯୋଗ ଅନୁସାରେ, ଗତ ଶୁକ୍ରବାର ଦିନ କ୍ଷମାନିଧି ନାମକ  ସର୍ଦ୍ଦାର ବରଗଡ଼ ବରପାଲି  ଅଞ୍ଚଳର କିଛି ଶ୍ରମିକଙ୍କୁ ଆଣି ସିନ୍‌ଗମନ ଗାଁରେ ବନ୍ଧକ ରଖିଥିଲା । ସୁବିଧା ସୁଯୋଗ ଦେଖି ସହଯୋଗୀ ସର୍ଦ୍ଦାର ଲକ୍ଷିନ୍ଦ୍ର କୁମ୍ଭାର ସେମାନଙ୍କୁ ବାହାରକୁ ଚାଲାଣ କରିଥାନ୍ତା । ତେବେ ଖାଇବା ପିଇବା ଅଭାବରୁ ବନ୍ଧକ ଶ୍ରମିକଙ୍କ ମଧ୍ୟରୁ କେନାଲୁ ଅସୁସ୍ଥ ହୋଇପଡିଥିଲେ । ଏହାସତ୍ତ୍ୱେ ସହଯୋଗୀ ସର୍ଦ୍ଦାର ତାଙ୍କୁ ମେଡିକାଲ ନନେଇ ସେଠାରେ ବନ୍ଧକ ରଖିଥିଲା । ଫଳରେ ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ବି ମୃତଦେହକୁ ମେଡିକାଲ ନନେଇ ମାମଲାର ରଫାଦଫା ପାଇଁ ସହଯୋଗୀ ସର୍ଦ୍ଦାର ଯୋଜନା କରିଥିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe