ଭଦ୍ରକରେ ଖୋଲିବ ବହି ଓ ଫ୍ୟାନ୍ ଦୋକାନ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାରେ ବହି ଦୋକାନ, ଫ୍ୟାନ୍ ଦୋକାନ, ମୋବାଇଲ୍ ରିଚାର୍ଜ ଦୋକାନ ଓ ରାଜପଥ କଡ଼ ଢାବା ଖୋଲିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ହୋଇଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ବାସୁଦେବପୁର ଓ ଭଣ୍ଡାରୀପୋଖରୀ ବ୍ଲକ୍‌ରେ କଟକଣା ଜାରି ରହିବ। ଜିଲ୍ଲାର ବାକି ସବୁ ସ୍ଥାନରେ ବହି ଦୋକାନ ପ୍ରତିଦିନ ସକାଳ ୬ଟାରୁ ଦିନ ୧ଟା ଯାଏ ଖୋଲିବ। ବିଦ୍ୟୁତ ଚାଳିତ ଫ୍ୟାନ […]

bhadrak

bhadrak

Jyoshna Pradhan
  • Published: Thursday, 23 April 2020
  • Updated: 23 April 2020, 11:31 AM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାରେ ବହି ଦୋକାନ, ଫ୍ୟାନ୍ ଦୋକାନ, ମୋବାଇଲ୍ ରିଚାର୍ଜ ଦୋକାନ ଓ ରାଜପଥ କଡ଼ ଢାବା ଖୋଲିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ହୋଇଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ବାସୁଦେବପୁର ଓ ଭଣ୍ଡାରୀପୋଖରୀ ବ୍ଲକ୍‌ରେ କଟକଣା ଜାରି ରହିବ।

ଜିଲ୍ଲାର ବାକି ସବୁ ସ୍ଥାନରେ ବହି ଦୋକାନ ପ୍ରତିଦିନ ସକାଳ ୬ଟାରୁ ଦିନ ୧ଟା ଯାଏ ଖୋଲିବ। ବିଦ୍ୟୁତ ଚାଳିତ ଫ୍ୟାନ ବିକ୍ରି ହେଉଥିବା ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ। ମୋବାଇଲ ରିଚାର୍ଜ ଦୋକାନ ସକାଳ ୬ଟାରୁ ଦିନ ୧ଟା ଯାଏ ଖୋଲିବ। ଏଥିସହ ଲୋକେ ସାମାଜିକ ଦୂରତ୍ୱ ରକ୍ଷା କରିବେ।

ହେଲେ କଣ୍ଟେନମେଣ୍ଟ ଜୋନରେ ମୋବାଇଲ ରିଚାର୍ଜ ଦୋକାନ ଖୋଲିବ ନାହିଁ। ତେଣୁ ଅନଲାଇନ ରିଚାର୍ଜ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଅପିଲ୍ କରିଛନ୍ତି।  ଏଥିସହ ଜାତୀୟ ରାଜପଥ କଡ଼ରେ ଅର୍ଥାତ୍ ରାଣୀତାଲରୁ ଆଖୁଆପଦା ଯାଏ ଢାବା ଖୋଲା ରହିବ। ସେଠାରେ ଲୋକଙ୍କୁ କେବଳ ଖାଦ୍ୟ ପାର୍ସଲ୍ କରି ନେଇଯିବାକୁ ଅନୁମତି ମିଳିଛି।  ଲୋକେ ଢାବାରେ ବସି ଖାଇ ପାରିବେ ନାହିଁ। ଢାବାରେ ଲୋକଙ୍କୁ ଶୌଚାଳୟ ସୁବିଧା ଯୋଗାଇ ଦେବାକୁ ମଧ୍ୟ କୁହାଯାଇଛି।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାରୁ ୧୧ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବାସୁଦେବପୁରରୁ ୬, ଭଦ୍ରକରୁ ୩ ଏବଂ ଭଣ୍ଡାରୀପୋଖରୀରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ୧୧ଟି ପଞ୍ଚାୟତର ୪୪ ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ରେ ରଖାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos