Advertisment

ଝିପିଝିପି ବର୍ଷାରେ ଭିଜିଲା ବହିମେଳା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା। ଭିଜିଛି ଓଡ଼ିଶା। ଭିଜିଛି ରାଜଧାନୀ ଭୁବନେଶ୍ୱର। ପ୍ରଭାବିତ ହୋଇଛି ଭୁବନେଶ୍ୱର ପୁସ୍ତକ ମେଳା। ଅଳ୍ପ କିଛି ସାହିତ୍ୟ ଅନୁରାଗୀ ବର୍ଷାରେ ଭିଜି ଷ୍ଟଲ୍‌ରୁ ଷ୍ଟଲ୍‌ ବୁଲି ବହି କିଣୁଥିବା ଦେଖିବାକୁ ମିଳିଥିଲା। ସାହିତ୍ୟ ଖଟି ବି ଲାଗୁଥିଲା ଖାଁ ଖାଁ। ଖଟି ବଦଳରେ ମଞ୍ଚରେ ଜମିଥିଲା କବିତା ଆସର।

ସାହିତ୍ୟ ମହାକୁମ୍ଭ କୁହାଯାଉଥିବା ୩୪ତମ ଭୁବନେଶ୍ୱର ପୁସ୍ତକ ମେଳାର ମଙ୍ଗଳବାର ଥିଲା ୪ର୍ଥ ସନ୍ଧ୍ୟା। ଦିନ ତମାମ୍‌ର କୋହଲା ପାଗ ବର୍ଷାର ପୂର୍ବ ସୂଚନା ଦେଇ ସାରିଥିଲା । ସେୟା ହିଁ ହେଲା। ବର୍ଷା ହେବାରୁ ଲୋକଙ୍କ ଗହଳୀ ସେମିତି ଜମି ନ ଥିଲା। ଯେଉଁ କିଛି ଲୋକ ଆସିଥିଲେ, ସେମାନେ ପୌରାଣୀକ ଓ ଆଧୁନିକ ପୁସ୍ତକ କିଣୁଥିବା ଦେଖିବାକୁ ମିଳୁଥିଲା। କଲେଜ ଛାତ୍ରଛାତ୍ରୀମାନେ କ୍ଷୁଦ୍ର ଗଳ୍ପବହି କିଣାରେ ମଜିଥିଲେ।

author-image
Ordigital Desk