Advertisment

କିଲୋ ଦରରେ ମିଳୁଛି ବହି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ବଜାରରେ କିଲୋ ହିସାବରେ ପରିବା କିଣିଥିବେ। କିନ୍ତୁ କେବେ ଓଜନ କରିକି ବହି କିଣିଛନ୍ତି କି ?  ବୋଧ ହୁଏ ଆପଣଙ୍କ ଉତ୍ତର ନା  ହେବ।। କାରଣ ବହିର ମୂଲ୍ୟ ଅନୁସାରେ ବହି କିଣାଯାଏ। କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ  ଜଣାଇବୁ ଯେଉଁଠି କିଲୋଗ୍ରାମ ହିସାବରେ ବହି ବିକ୍ରି ହେଉଛି।

ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଭୁବନେଶ୍ୱର ପୁସ୍ତକ ମେଳାରେ ଆପଣ ଏହି ସୁବିଧା ପାଇପାରିବେ। ଏଠାରେ ଏହି ବୁକ ହାଉସ ତରଫରୁ କିଲୋ ହିସାବରେ ବହି ବିକ୍ରି କରାଯାଉଛି। ସୁବିଧାରେ ବହି ମିଳୁଥିବାରୁ ଏଠାରେ ଗ୍ରାହକଙ୍କ ବି ବେଶ ଭିଡ ଜମୁଛି। ଦୋକାନରେ ଭିଡ଼ ଦେଖି ଆମେ କିଛି ଗ୍ରାହକଙ୍କ ମତ ନେଇଥିଲୁ। ଶୁଣନ୍ତୁ କ'ଣ କହୁଛନ୍ତି ସେମାନେ।

ଗ୍ରାହକଙ୍କ କହିବା କଥା ସମୟ ବଦଳିବା ସହିତ ଯୁଗ ବି ବଦଳୁଛି। ଆଗରୁ ପନିପରିବା ଓ ଅନ୍ୟନ୍ୟ ସୌଉଦା କିଲୋଗ୍ରାମ ହିସାବରେ ମିଳୁଥିଲା ପରେ କେତକ ସ୍ଥାନରେ ଏହି ହିସାବରେ ଡ୍ରେସ ବି ମିଳିଥିଲା ଆଉ ଏବେ ବହି। କିଲୋ ହିସାବରେ ବହି ମିଳୁଥିବାରୁ ବହି ନେବାକୁ ସୁବିଧା ହେଉଛି। କମ୍ ଦାରେ ଅଧିକ ବହି କିଣି ପାରୁଛୁ। ଆମେ ବହି ବିକ୍ରେତାଙ୍କୁ  ଏ ବିଷୟରେ ପଚାରିଥିଲୁ। ତାଙ୍କ କହିବା କଥା ହେଲା ବାହାରେ ଲୋକ ଅଧିକ ପଇସା ଦେଇ ବହି କିଣୁଛନ୍ତି। ଆମେ ଏଠି ଓଜନ ହିସାବରେ ବହି ବିକ୍ରି କରୁଥିବାରୁ ଗ୍ରାହକ କମ ଦାମରେ ଅଧିକ ବହି ପାଇ ପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe