କାଲିଠୁ ବୁଷ୍ଟର ଡୋଜ; ୧୮ରୁ ୫୯ ବର୍ଷୀୟଙ୍କୁ ମାଗଣା ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା କାଲିଠୁ ଦିଆଯିବ ବୁଷ୍ଟର ଡୋଜ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ୧୮ରୁ ୫୯ ବର୍ଷୀୟଙ୍କୁ ଏହା ମାଗଣାରେ ଦିଆଯିବ । ୭୫ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ  ଅଢ଼େଇ ହଜାରରୁ ୩ ହଜାର ସରକାରୀ ମେଡିକାଲରେ ଟିକାକରଣ ହେବ । ରାଜ୍ୟରେ ୧୮ରୁ ୫୯ ବର୍ଷ ବର୍ଗରେ […]

Vaccine

Vaccine

Niharika Rout
  • Published: Thursday, 14 July 2022
  • Updated: 14 July 2022, 02:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା କାଲିଠୁ ଦିଆଯିବ ବୁଷ୍ଟର ଡୋଜ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ୧୮ରୁ ୫୯ ବର୍ଷୀୟଙ୍କୁ ଏହା ମାଗଣାରେ ଦିଆଯିବ । ୭୫ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି।

ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ  ଅଢ଼େଇ ହଜାରରୁ ୩ ହଜାର ସରକାରୀ ମେଡିକାଲରେ ଟିକାକରଣ ହେବ । ରାଜ୍ୟରେ ୧୮ରୁ ୫୯ ବର୍ଷ ବର୍ଗରେ ୨.୬୫ କୋଟି ହିତାଧିକାରୀ ଅଛନ୍ତି । ସେଥିରୁ ମାତ୍ର ଦେଢ଼ ଲକ୍ଷ ପ୍ରିକସନ୍ ଡୋଜ ନେଇଛନ୍ତି। ଟିକାକରଣ ପଞ୍ଜୀକରଣ ପାଇଁ ଉଭୟ ଅଫଲାଇନ ଓ ଅନଲାଇନରେ ବ୍ୟବସ୍ଥା ହୋଇଛି।

ରାଜ୍ୟରେ କରୋନା ମାଡ଼ି ଚାଲିଥିବା ବେଳେ ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିବେ। ଏହି ସମୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ଉପସ୍ଥିତ ରହିବେ ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ନୂଆ ୮୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୭୧ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ୩୩୩ ରହିଛି । ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୭୧ ଜଣ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭, କଟକରୁ ୧୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୬ ହଜାର ୧୩୨କୁ ବୃଦ୍ଧି ପାଇଛି । ତେବେ ଆକ୍ଟିଭ କେସ୍ ସଂଖ୍ୟା  ୪୨୬୨ ଥିବାବେଳେ ୧୨ ଲକ୍ଷ ୮୨ ହଜାର ୬୯୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos