Advertisment

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ; ହୋଇପାରିଲାନି ସହମତି!

କଟକ(ଓଡ଼ିଶା ରିପୋର୍ଟର): ବହୁ ବାଦବିବାଦ ଭିତରେ ଆଜି କଟକ ଫ୍ୟାମିଲି କୋର୍ଟ ହାଜର ହୋଇଥିଲେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଲାଗି ରହିଥିବା ବିବାଦ ସମାଧାନ ପାଇଁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବୁଝାସୁଝା କରାଯାଇଥିଲା। ମାତ୍ର କୌଣସି ସହମତି ପ୍ରକାଶ ପାଇନଥିବା ଜଣାପଡ଼ିଛି। ତେଣୁ ଏଥିପାଇଁ ଆଉ ଗୋଟିଏ ତାରିଖ ଧାର୍ଯ୍ୟ କରିଛନ୍ତି। ଆସନ୍ତା ୧୪ ତାରିଖରେ ଉଭୟ ହାଜର ହେବା […]

author-image
Manoranjan Sial
ଅଦ୍ୟତନ ହୋଇଛି
ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ; ହୋଇପାରିଲାନି ସହମତି!

Barsa and Anubhava

କଟକ(ଓଡ଼ିଶା ରିପୋର୍ଟର): ବହୁ ବାଦବିବାଦ ଭିତରେ ଆଜି କଟକ ଫ୍ୟାମିଲି କୋର୍ଟ ହାଜର ହୋଇଥିଲେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଲାଗି ରହିଥିବା ବିବାଦ ସମାଧାନ ପାଇଁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବୁଝାସୁଝା କରାଯାଇଥିଲା। ମାତ୍ର କୌଣସି ସହମତି ପ୍ରକାଶ ପାଇନଥିବା ଜଣାପଡ଼ିଛି। ତେଣୁ ଏଥିପାଇଁ ଆଉ ଗୋଟିଏ ତାରିଖ ଧାର୍ଯ୍ୟ କରିଛନ୍ତି। ଆସନ୍ତା ୧୪ ତାରିଖରେ ଉଭୟ ହାଜର ହେବା ପାଇଁ କୁହାଯାଇଥିଲା। ସେହି ଦିନ ଯଦି ମାମଲା ସମାଧାନ ନହୁଏ, ତାହାହେଲେ କୋର୍ଟ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

Advertisment

କୋର୍ଟରେ ହାଜର ପରେ ଅନୁଭବ ଗଣମାଧ୍ୟମକୁ କହିଛନ୍ତି, ଆଇନ୍‌ ତା’ ବାଟରେ ଯିବା। ଏହା ହେଉଛି ବ୍ୟକ୍ତିଗତ ଲାଇଭ୍‌। ସେ ବିଷୟରେ କାହା ସହିତ ଆଲୋଚନା କରିବା କଥା ନୁହେଁ ବୋଲି ଅନୁଭବ କହିଛନ୍ତି।

ସେପଟେ ବର୍ଷା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡାଇ ଯାଇଥିଲେ।

ସୂଚନାରୁ ପ୍ରକାଶ, ଛାଡପତ୍ର ନେଇ କଟକ ଫ୍ୟାମିଲି କୋର୍ଟ ମାମଲା ଦାୟର ହୋଇଥିଲା। ମାତ୍ର ଫ୍ୟାମିଲି କୋର୍ଟ କମିଶନର ବହୁ ବାର କୋର୍ଟରେ ହାଜର ହେବାକୁ ନୋଟିସ୍‌ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷା ହାଜର ହେଉଥିବା ବେଳେ ଅନୁଭବ ଆସୁନଥିଲେ। ଆଉ କେତେବେଳେ ଅନୁଭବ ଆସୁଥିଲା ବେଳେ ବର୍ଷା ହାଜର ହେଉନଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଲାଗି ରହିଥିବା ଛାଡ଼ପତ୍ର ମାମଲାର ସମାଧାନ ହୋଇପାରୁନଥିଲା।

Advertisment

ଗୁରୁବାର ବର୍ଷାଙ୍କ ବିରୋଧରେ ପୁରୀ ଘାଟ ଥାନାରେ ଅଭିଯୋଗ କରିଥିଲେ ସ୍ୱାମୀ ଅନୁଭବନ। ଘରେ ଅଜଣା ଲୋକ ପଶୁଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଭବ। ସେମାନଙ୍କୁ ସେ ଚିହ୍ନି ନ ଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଅନୁଭବ। ପୂର୍ବରୁ ଅନୁଭବଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ବର୍ଷା। ଅଜଣା ଲୋକମାନେ ତାଙ୍କ ଘରେ ପଶି ଭିଡିଓ ସୁଟିଂ କରୁଥିବା ବର୍ଷା ଏଫ୍‌ଆଇଆର୍‌ରେ ଦର୍ଶାଇଥିଲେ।