Advertisment

ବୁଥ୍‌ ଦଖଲ କରି ଭୋଟ୍‌ ଦେଲେ ସରପଞ୍ଚ ପ୍ରାର୍ଥୀ, ଭିଡିଓ ଭାଇରାଲ୍‌

ଯାଜପୁର (ଓଡ଼ିଶା ରିପୋର୍ଟର): ସରପଞ୍ଚ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ଜୋର ଜବଦସ୍ତ ପୋଲିଂ ବୁଥ୍‌ରେ ପଶି ଭୋଟ୍‌ ଦେଇଛନ୍ତି। ଏହାକୁ ବିରୋଧ କରିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ସରପଞ୍ଚ ପ୍ରାର୍ଥୀ ଓ ତାଙ୍କ ସମର୍ଥମାନେ ମତଦାତାଙ୍କୁ ଗୋଡାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି। ଫଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଅଭିଯୋଗ ଯାଜପୁର ଜିଲ୍ଲା ବରୀ ଅଞ୍ଚଳରୁ ଆସିଛି। ଯାହାର ଭିଡିଓ ଭାଇରାଲ୍‌ ହୋଇଛି। ବରୀ ରୁଦ୍ରପୁର ପଞ୍ଚାୟତର ୫ […]

ବୁଥ୍‌ ଦଖଲ କରି ଭୋଟ୍‌ ଦେଲେ ସରପଞ୍ଚ ପ୍ରାର୍ଥୀ, ଭିଡିଓ ଭାଇରାଲ୍‌

Jajpur

Advertisment

ଯାଜପୁର (ଓଡ଼ିଶା ରିପୋର୍ଟର): ସରପଞ୍ଚ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ଜୋର ଜବଦସ୍ତ ପୋଲିଂ ବୁଥ୍‌ରେ ପଶି ଭୋଟ୍‌ ଦେଇଛନ୍ତି। ଏହାକୁ ବିରୋଧ କରିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ସରପଞ୍ଚ ପ୍ରାର୍ଥୀ ଓ ତାଙ୍କ ସମର୍ଥମାନେ ମତଦାତାଙ୍କୁ ଗୋଡାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି। ଫଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଅଭିଯୋଗ ଯାଜପୁର ଜିଲ୍ଲା ବରୀ ଅଞ୍ଚଳରୁ ଆସିଛି। ଯାହାର ଭିଡିଓ ଭାଇରାଲ୍‌ ହୋଇଛି।

Advertisment

ବରୀ ରୁଦ୍ରପୁର ପଞ୍ଚାୟତର ୫ ନମ୍ବର ଓ୍ୱାର୍ଡର ପୋଲିଂ ବୁଥ୍‌ ରୁଦ୍ରପୁର ୟୁଜିଏମ୍‌ଇ ସ୍କୁଲରେ ହୋଇଥିଲା। ନିର୍ଦ୍ଧାରିତ ସମୟରେ ପୋଲିଂ ଆରମ୍ଭ ହୋଇଥିଲା। ଭୋଟରମାନେ ଶୃଙ୍ଖଳିତ ଭାବେ ଯାଇ ମତଦାନ ସାବ୍ୟସ୍ତ କରୁଥିଲେ। ଅପରାହ୍ନ ପ୍ରାୟ ଗୋଟାଏ ବେଳେ କେତେକ ଭୋଟର ପୋଲିଂ ବୁଥ୍‌ରେ ମତଦାନ ସାବ୍ୟସ୍ତ କରୁଥିଲେ। ଠିକ୍‌ ଏହି ସମୟରେ ସରପଞ୍ଚ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ବୁଥ୍‌ରେ ପଶିଥିଲେ। ପରେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଜବରଦସ୍ତ ଭୋଟ ଦେଉଥିଲେ। ଯାହାକୁ ମତଦାନ ପାଇଁ ବୁଥ୍‌ ଭିତରେ ଅପେକ୍ଷା କରିଥିବା ଲୋକମାନେ ବିରୋଧ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ଠେଙ୍ଗାରେ ସେମାନଙ୍କୁ ଗୋଡାଇ ଗୋଡାଇ ପିଟିଥିବା ଅଭିଯୋଗ ହୋଇଛି। ଯାହାଫଳରେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଯାଜପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ନେଇ ଖବର ପାଇ ପୋଲିଂ ବୁଥ୍‌ରେ ପୁଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ବର୍ତ୍ତମାନ ପୋଲିଂ ପାର୍ଟି ବାଲାଟ ବକ୍ସ ଧରି ଫେରିଥିବା ସୂଚନା ମିଳିଛି। ଗଣ୍ଡଗୋଳ ନେଇ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ ବୋଲି ଯାଜପୁର ଜିଲ୍ଲାପାଳ କହିଛନ୍ତି।

Advertisment

ସେପଟେ ଯାଜପୁର ଜିଲ୍ଲା ସୁଜନପୁର ପଞ୍ଚାୟତ ହସନପୁର ଗାଁ ଦୁର୍ଗାପୁର ଅଙ୍ଗନୱାଡ଼ି କେନ୍ଦ୍ରର ୧ ନମ୍ୱର ବୁଥ୍‌ରେ ଭଙ୍ଗାରୁଜା ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକମାନେ କବାଟ ଭାଙ୍ଗିବା ସହ ବାଲଟ ପେପର ଷ୍ଟାମ୍ପକୁ ନେଇଯିବା ଅଭିଯୋଗ ହୋଇଛି। ଯାହା ଫଳରେ ସେହି ବୁଥ୍‌ରେ ମତଦାନ  ବନ୍ଦ ରହିଛି। ଘଟଣା ସ୍ଥଳରେ ପୁଲିସ ମୁତୟନ ହୋଇଥିବା ଯାଜପୁର ବିଡିଓ ସୂଚନା ଦେଇଛନ୍ତି।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe