Advertisment

୧୬ ଶ୍ରମିକଙ୍କୁ ସ୍ୱତନ୍ତ୍ର ଭ୍ୟାନ୍‌‌ରେ ଛତିଶଗଡ଼ ପଠାଇଲା ପ୍ରଶାସନ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଛତିଶଗଡ଼ର ୧୬ ଜଣ ଶ୍ରମିକଙ୍କୁ ଏକ ସ୍ୱତନ୍ତ୍ର ଭ୍ୟାନ୍‌‌‌ ଯୋଗେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ରାଜ୍ୟକୁ ପଠାଇ ଦିଆଯାଇଛି। ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆନ୍‌, ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା ଓ ରାତ୍ରି ଆଶ୍ରୟ ସ୍ଥଳୀର କେୟାରଟେକର କୃପାସିନ୍ଧୁ ଷଡ଼ଙ୍ଗୀ ଶ୍ରମିକମାନଙ୍କୁ ବିଦାୟ ଦେଇଥିଲେ। ସୂଚନାଯୋଗ୍ୟ, ଏହି ୧୬ ଶ୍ରମିକଙ୍କ ମଧ୍ୟରୁ ୮ ଜଣ ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ତିଲେଶ୍ୱର ପଞ୍ଚାୟତର ଏକ ଇଟା ଭାଟିରେ କାମ କରୁଥିଲେ। […]

ଅଦ୍ୟତନ ହୋଇଛି
୧୬ ଶ୍ରମିକଙ୍କୁ ସ୍ୱତନ୍ତ୍ର ଭ୍ୟାନ୍‌‌ରେ ଛତିଶଗଡ଼ ପଠାଇଲା ପ୍ରଶାସନ

boudh

Advertisment

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଛତିଶଗଡ଼ର ୧୬ ଜଣ ଶ୍ରମିକଙ୍କୁ ଏକ ସ୍ୱତନ୍ତ୍ର ଭ୍ୟାନ୍‌‌‌ ଯୋଗେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ରାଜ୍ୟକୁ ପଠାଇ ଦିଆଯାଇଛି। ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆନ୍‌, ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା ଓ ରାତ୍ରି ଆଶ୍ରୟ ସ୍ଥଳୀର କେୟାରଟେକର କୃପାସିନ୍ଧୁ ଷଡ଼ଙ୍ଗୀ ଶ୍ରମିକମାନଙ୍କୁ ବିଦାୟ ଦେଇଥିଲେ।

Advertisment

ସୂଚନାଯୋଗ୍ୟ, ଏହି ୧୬ ଶ୍ରମିକଙ୍କ ମଧ୍ୟରୁ ୮ ଜଣ ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ତିଲେଶ୍ୱର ପଞ୍ଚାୟତର ଏକ ଇଟା ଭାଟିରେ କାମ କରୁଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ ଇଟଭାଟି ବନ୍ଦ ହୋଇଯାଇଥିଲା। ଏମିତିକି  ଇଟା ଭାଟି ମାଲିକ ସେମାନଙ୍କୁ ଆଉ ଖାଇବାକୁ ଦେଇ ନପାରି ନଥିଲା। ଏହାପରେ ଏହି ଶ୍ରମିକମାନେ  ଗତ ୭ ତାରିଖରେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ  ଦେଇ ଚାଲି ଚାଲି ଛତିଶଗଡ଼ ଯାଉଥିଲେ। ଏହି ସମୟରେ ବୌଦ୍ଧର ଖୁଣ୍ଟବନ୍ଧ ନିକଟରେ ପୁଲିସ୍‌ ସେମାନଙ୍କୁ ଦେଖି ଅଟକାଇଥିଲା। ଏହାପରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ରାତ୍ରି ଆଶ୍ରୟସ୍ଥଳୀଠାରେ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଥିଲା। ଏହି ଶ୍ରମିକମାନଙ୍କ ଘର ଛତିଶଗଡ଼ରେ। ଦୁଇଟି ପରିବାର ୮ ଜଣ ସଦସ୍ୟ ଏଠାରେ ଆସି କାମ କରୁଥିଲେ।

ସେହିପରି ଗତକାଲି ଛତିଶଗଡ଼ର ଆଉ ୮ ଜଣ ଶ୍ରମିକଙ୍କୁ  ହରଭଙ୍ଗା ଅଞ୍ଚଳରୁ ପୁଲିସ୍‌ ଉଦ୍ଧାର କରିଥିଲା। ଏହାପରେ ସେମାନଙ୍କୁ  ବୌଦ୍ଧ ଅଣାଯାଇଥିଲା।  ଏହାପରେ ପୂର୍ବରୁ ଅଟକି ରହିଥିବା ଶ୍ରମିକଙ୍କ ସହିତ ୧୬ ଜଣଙ୍କୁ  ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଭ୍ୟାନ୍‌‌ ଯୋଗେ ଗତକାଲି ଛତିଶଗଡ଼କୁ ପଠାଇ ଦିଆଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe