Advertisment

ପ୍ରଚଣ୍ଡ ରୌଦ୍ର ତାପରେ ଅସ୍ତବ୍ୟସ୍ତ ଜନଜୀବନ, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆଗାମୀ ୩୬ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ୨ରୁ ୪ ଡିଗ୍ରୀ ଯାଏଁ କମିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

undefined

Heat Wave

Advertisment

କମିବାର ନାଁ ନେଉନି ତାତି। ପ୍ରଚଣ୍ଡ ରୌଦ୍ର ତାପରେ ଅସ୍ତବ୍ୟସ୍ତ ଜନଜୀବନ। ଏହା ଉପରେ ପୁଣି ହିଟ୍‌ ୱେଭ ୱାର୍ଣ୍ଣିଂ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୧୨ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୪ ଜିଲ୍ଲା ଯଥା- କଟକ, ଖୋର୍ଦ୍ଧା, ମୟୂରଭଞ୍ଜ ଓ ଝାରସୁଗୁଡା ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ସେହିପରି ୮ ଜିଲ୍ଲା ବଲାଙ୍ଗୀର, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼ ସମ୍ବଲପୁର, ସୋନପୁର, ବୌଦ୍ଧ ଓ ଅନୁଗୋଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୩୬ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ୨ରୁ ୪ ଡିଗ୍ରୀ ଯାଏଁ କମିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

Advertisment

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଜି ଉତ୍ତପ୍ତ ସହର ହେଉଛି ବୌଦ୍ଧ। ଏଠାରେ ଆଜିର ତାପମାତ୍ରା ୪୩.୯ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୪୩.୨ ଡିଗ୍ରୀ, ତାଳଚେରରେ ୪୩.୦ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୩.୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୮ ଡିଗ୍ରୀ, ମାଲକାନଗିରିରେ ୪୨.୬ ଡିଗ୍ରୀ, ଅନୁଗୋଳରେ ୪୨.୧ ଡିଗ୍ରୀ, ନୂଆପଡ଼ାରେ ୪୨.୦ ଡିଗ୍ରୀ, ବଲାଙ୍ଗିରରେ ୪୨.୦ ଡିଗ୍ରୀ, ଭବାନୀପାଟଣାରେ ୪୨.୦ ଡିଗ୍ରୀ, କଟକରେ ୪୨.୦ ଡିଗ୍ରୀ, ଢେଙ୍କାନାଳରେ ୪୧.୯ ଡିଗ୍ରୀ, ଚାନ୍ଦବାଲିରେ ୪୧.୮ ଡିଗ୍ରୀ, ଜଗତସିଂହପୁରରେ ୪୧.୬ ଡିଗ୍ରୀ, ଖୋର୍ଦ୍ଧାରେ ୪୧.୫ ଡିଗ୍ରୀ, ସମ୍ୱଲପୁରରେ ୪୧.୪ ଡିଗ୍ରୀ, ବାଲେଶ୍ୱରରେ ୪୧.୧ ଡିଗ୍ରୀ, ଟିଟିଲାଗଡ଼ରେ ୪୧.୦ ଡିଗ୍ରୀ ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୧.୦ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ନୟାଗଡ଼ରେ ୪୧.୦ ଡିଗ୍ରୀ, କେନ୍ଦୁଝରରେ ୪୧.୦ ଡିଗ୍ରୀ, ଭଦ୍ରକରେ ୪୧.୦ ଡିଗ୍ରୀ, ବରଗଡ଼ରେ ୪୧.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୦.୮ ଡିଗ୍ରୀ, ଯାଜପୁରରେ ୪୦.୮ ଡିଗ୍ରୀ, ସୋନପୁରରେ ୪୦.୬ ଡିଗ୍ରୀ, ହୀରାକୁଦରେ ୪୦. ୬ ଡିଗ୍ରୀ, ଫୁଲବାଣୀରେ ୩୮.୯ ଡିଗ୍ରୀ, ରାୟଗଡ଼ାରେ ୩୮.୮ ଡିଗ୍ରୀ, ଦେବଗଡ଼ରେ ୩୮.୦ ଡିଗ୍ରୀ, ନବରଙ୍ଗପୁରରେ ୩୮.୦ ଡିଗ୍ରୀ,କୋରାପୁଟରେ ୩୭.୧ ଡିଗ୍ରୀ, ଛତ୍ରପୁରରେ ୩୭.୦ ଡିଗ୍ରୀ, ଗୋପାଳପୁରରେ ୩୫.୦ ଡିଗ୍ରୀ, ପୁରୀରେ ୩୪.୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୪.୫ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୪.୧ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment
Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe