Advertisment

ଅସହ୍ୟ ତାତିରେ ସିଝୁଛି ଓଡ଼ିଶା

ତା’ସହ କିଛି ସ୍ଥାନରେ ଆଜି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କଟକରେ କାଳବୈଶାଖୀ ପ୍ରଭାବରେ ବହୁ ଗଛପତ୍ର ଉପୁଡ଼ି ପଡିଛି। ବଡ଼ ବଡ଼ ଗଛ ଉପୁଡ଼ି ପଡିବା ଯୋଗୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି।

author-image
Manoranjan Sial
Heat Wave

Heat Wave

ଅସହ୍ୟ ତାତିରେ ସିଝୁଛି ଓଡ଼ିଶା। ଆଜି ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବୌଦ୍ଧ ପାଲଟିଛି ସର୍ବାଧିକ ଉତ୍ତପ୍ତ ସହର। ଏଠାରେ ପାରଦ ୪୨.୯ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି।

Advertisment

ଦ୍ୱିତୀୟରେ ଥିଲା ଝାରସୁଗୁଡ଼ା। ଏଠାରେ ଆଜି ୪୨.୬ ଡିଗ୍ରୀ ପାରଦ ରହିଛି। ଠିକ୍‌ ସେହିପରି ସମ୍ବଲପୁରରେ ୪୧.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୪୦ ଡିଗ୍ରୀ, ହୀରାକୁଦରେ ୪୧.୧ ଡିଗ୍ରୀ, ସୋନପୁରରେ ୪୧.୩ ଡିଗ୍ରୀ, ଭଦ୍ରକରେ ୪୦.୫ ଡିଗ୍ରୀ, ଯାଜପୁରରେ ୪୦.୨ ଡିଗ୍ରୀ, ବରଗଡ଼ରେ ୪୦ ଡିଗ୍ରୀ, ନୂଆପଡ଼ା ୪୧.୪ ଡିଗ୍ରୀ ଓ ରାଉରକେଲାରେ ୪୦.୬ ଡିଗ୍ରୀ ସେଲସିୟସ ରହିଛି ପାରଦ।

ତା’ସହ କିଛି ସ୍ଥାନରେ ଆଜି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କଟକରେ କାଳବୈଶାଖୀ ପ୍ରଭାବରେ ବହୁ ଗଛପତ୍ର ଉପୁଡ଼ି ପଡିଛି। ବଡ଼ ବଡ଼ ଗଛ ଉପୁଡ଼ି ପଡିବା ଯୋଗୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି।

Advertisment
Heat Wave Heat Wave In Odisha Weather Report