Advertisment

ବସ୍‌-ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା; ୧୧ ଆହତ

ଦୁର୍ଘଟଣା ସମୟରେ ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ।

author-image
Tapaswini Nayak
Road Accident

Road Accident

ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ୍ ଅନ୍ତର୍ଗତ ଚାରି ଛକ ତହସିଲ କାର୍ଯ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ସହିତ ପିକଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କା ଫଳରେ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ବଡ଼ପଣ୍ଡା ନାମକ ଏକ ଯାତ୍ରୀବାହୀ ବସଟି ବ୍ରହ୍ମପୁରରୁ ବଲାଙ୍ଗିର ଅଭିମୁଖେ ଯାଉଥିଲା। ଏହି ସମୟରେ ଚାରି ଛକ ତହସିଲ କାର୍ଯ୍ୟାଳୟ ନିକଟରେ ବୀପରିତ ଦିଗରୁ ଆସୁଥିବା ମାଲ ବୋଝେଇ ପିକଅପ୍‌ ଭ୍ୟାନ୍‌ଟି ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ପିକଅପ୍‌ ଭ୍ୟାନ୍‌ ଡ୍ରାଇଭର ଓ ହେଲପର ସମେତ ବସ୍‌ରେ ଥିବା ୧୧ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ। ପୁଲିସ ବସ୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ପିକ୍‌ଅପ୍‌ ଭ୍ୟାନ୍‌ର ସମ୍ମୁଖ ଅଂଶଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। 

Advertisment
Road Accident Boudh