ବୌଦ୍ଧ(ଓଡ଼ିଶା ରିପୋର୍ଟର): ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ୍। ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ମାଧପୁର ନିକଟରେ। ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଆଡେନିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଆଜି ଭୋର ସମୟରେ ଶାରଳା ନାମକ ଯାତ୍ରୀବାହୀ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ଏହି ସମୟରେ ମାଧପୁର ନିକଟରେ ଭାରସାମ୍ୟ ହରାଇ କେନାଲକୁ ଖସିଯାଇଥିଲା। ଆହତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ବି ବସ୍ଟି କେନାଲରେ ଝୁଲି ରହିଛି। କିପରି ବସ୍କୁ ସେଠାରୁ ବାହାର କରାଯିବ, ସେ ନେଇ ଯୋଜନା କରାଯାଉଛି।
ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ମିଳିଲାନି ଏନ୍ଏସି ମାନ୍ୟତା: ଲୋଇସିଂହା ଓ ପୁରୁଣାକଟକରେ ୧୨ ଘଣ୍ଟିଆ ବନ୍ଦ
୨୦ଟି ଜିଲ୍ଲାରେ ୩୪ଟି ନୂଆ ଏନ୍ଏସି ଗଠନ କରିବାକୁ ଘୋଷଣା କରିଛନ୍ତି ସରକାର।
Crime
ପୂର୍ବତନ ସିଡ଼ିପିଓଙ୍କୁ ଜେଲ ଓ ଜରିମାନା
ସିଡ଼ିପିଓ ଯଶୋବନ୍ତୀ ବେହେରା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ
ପାରିବାରିକ କଳହରୁ ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
Crime
ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସବ୍-ଇନ୍ସପେକ୍ଟର
ଜବତ ଗାଡ଼ିକୁ ଛାଡ଼ିବା ପାଇଁ କୋର୍ଟ ଅନୁମତି ଦେଇଥିବା ସତ୍ତ୍ୱେ ସେ ଲାଞ୍ଚ ମାଗିଥିଲେ।