Advertisment

କେନାଲକୁ ଖସିଲା ଶାରଳା ବସ୍‌

ବୌଦ୍ଧ(ଓଡ଼ିଶା ରିପୋର୍ଟର): ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ୍। ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ମାଧପୁର ନିକଟରେ। ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଆଡେନିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଶାରଳା ନାମକ ଯାତ୍ରୀବାହୀ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ଏହି ସମୟରେ ମାଧପୁର ନିକଟରେ ଭାରସାମ୍ୟ […]

କେନାଲକୁ ଖସିଲା ଶାରଳା ବସ୍‌

Untitled-1

Advertisment

ବୌଦ୍ଧ(ଓଡ଼ିଶା ରିପୋର୍ଟର): ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ୍। ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ମାଧପୁର ନିକଟରେ। ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଆଡେନିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ଆଜି ଭୋର ସମୟରେ ଶାରଳା ନାମକ ଯାତ୍ରୀବାହୀ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ଏହି ସମୟରେ ମାଧପୁର ନିକଟରେ ଭାରସାମ୍ୟ ହରାଇ କେନାଲକୁ ଖସିଯାଇଥିଲା।  ଆହତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ବି ବସ୍‌ଟି କେନାଲରେ ଝୁଲି ରହିଛି। କିପରି ବସ୍‌କୁ ସେଠାରୁ ବାହାର କରାଯିବ, ସେ ନେଇ ଯୋଜନା କରାଯାଉଛି।

ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା  କୁହାଯାଉଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe