Advertisment

ଫାଣ୍ଡି ଅଧିକାରୀଙ୍କ କ୍ୱାର୍ଟର୍ସରୁ ଗଞ୍ଜେଇ ଜବତ, ୩ ନିଲମ୍ବିତ

ଗଞ୍ଜେଇ ମାଫିଆକୁ ଛାଡି ଦେବା ସହ ଧରାପଡ଼ିଥିବା ଗଂଜେଇକୁ ନିଜ ସରକାରୀ କ୍ୱାର୍ଟର୍ସରେ ରଖିଥିଲେ ପୁଲିସ ବାବୁ।

author-image
Niranjan Mishra
ଅଦ୍ୟତନ ହୋଇଛି
ganja seized

ganja seized

ଗଞ୍ଜେଇ କାରବାରରେ ସମ୍ପୃକ୍ତି ସତ୍ୟ ପ୍ରମାଣିତ ହେବା ପରେ ବଘିଆପଡା ଫାଣ୍ଡି ଅଧିକାରୀଙ୍କ ସମେତ ୨ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି। ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା ଏହି ପଦକ୍ଷେପ ନେଇଛନ୍ତି। ସମ୍ପୃକ୍ତ ଫାଣ୍ଡି ଅଧିକାରୀ ହେଲେ ସନାତନ ପ୍ରଧାନ, କନେଷ୍ଟବଳ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ।

Advertisment

ସୂଚନା ଅନୁଯାୟୀ, ଗତ ୧୬ ତାରିଖ ଦିନ ବଘିଆପଡା ଫାଣ୍ଡି ଅଞ୍ଚଳ ବେରେଡାବେରି ଛକ ଦେଇ ଜଣେ ବ୍ୟକ୍ତି ୧୬ କେଜି ଗଞ୍ଜେଇ ନେଇ ଯାଉଥିଲେ। ଫାଣ୍ଡି ଅଧିକାରୀ ବାଇକ ଓ ଫାଣ୍ଡି କର୍ମଚାରୀମାନେ ଏହି ଛକରେ ବାଇକ୍‌କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚରେ ଗଞ୍ଜେଇ ପାଇବା ପରେ ଏହାକୁ ଜବତ କରି ମାମଲା ରୁଜୁ କରିବା ବଦଳରେ ରଫାଦଫା ଉଦ୍ୟମ କରିଥିଲେ। ପୁଲିସ ବାବୁମାନେ ସଲାସୁତାର କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଛାଡି ଦେଇଥିଲେ ଏବଂ ଗଂଜେଇକୁ ନିଜ ସରକାରୀ କ୍ୱାର୍ଟର୍ସରରେ ରଖିଥିଲେ।

ତେବେ ଏ ନେଇ ବୌଦ୍ଧ ଏସପିଙ୍କ ପାଖରେ ଅଭିଯୋଗ ହୋଇଥିଲା। ଏସପି ଏହାର ତଦନ୍ତ କରି ଫାଣ୍ଡି ଅଧିକାରୀଙ୍କ ସରକାରୀ ବାସଭବନରୁ ଗଞ୍ଜେଇ ସହିତ ବାଇକ୍ ଜବତ କରିଥିଲେ। ପରେ ଫାଣ୍ଡି ଅଧିକାରୀଙ୍କ ସମେତ ୨ କନେଷ୍ଟବଳ ନିଲମ୍ବିତ କରିଛନ୍ତି।

Advertisment

ସୂଚନା ଥାଉକି, ପୂର୍ବରୁ ମଧ୍ୟ ସମାନ କାରଣ ପାଇଁ ଏହି ଫାଣ୍ଡିର ଜଣେ ଅଧିକାରୀ ବଦଳି ହୋଇଥିଲେ।

ବୌଦ୍ଧରୁ ଦୀପକ ଅଦରଙ୍କ ରିପୋର୍ଟ

Corrupt Police