Daily Labour
ମହାରାଷ୍ଟ୍ରରେ ବନ୍ଧକ ରହିଥିବା ୨୪ ଜଣ ଶ୍ରମିକଙ୍କୁ ବୌଦ୍ଧ ପ୍ରଶାସନ ଓ ପୁଲିସ ମିଳିତ ଭାବେ ଉଦ୍ଧାର କରିଛି। ଆଜି ସେମାନଙ୍କୁ ବୌଦ୍ଧ ଅଣାଯାଇଛି। ଏନେଇ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ସୂଚନା ଦେଇଛନ୍ତି।
୩ ଜଣ ଦଲାଲାଙ୍କ ମଧ୍ୟମରେ କଣ୍ଟାବାଳ ବ୍ଳକର ୩ଟି ପରିବାରର ୨୪ ଜଣ ମହିଳା ଓ ପୁରୁଷ ମିଶି ପୁନେର ଜାମ୍ବେ ଯାଇଥିଲେ। ସେମାନେ ସେଠାରେ ଇଟା ଭାଟିରେ କାମ କରିଥିଲେ। ହେଲେ ଠିକାଦାର ପାଉଣା ଦେଉନଥିଲା। ମଜୁରୀ ମାଗିଲେ ନାନା ନିର୍ଯାତନା ଦିଆଯାଉଥିଲା। ଘରକୁ ଛଡ଼ା ଯାଉନଥିଲେ।
ଗାଁରେ ଥିବା ପରିବାର ଲୋକେ ଏନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୁଲିସ ଅଧିକାରୀ ଓ ଶ୍ରମ ବିଭାଗର ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଏହି ଗଠିତ ଟିମ୍ ମହାରାଷ୍ଟ୍ର ପୁଲିସ ସହାୟତାରେ ୨୪ ଜଣଙ୍କୁ ଉଦ୍ଧାର କରିଛି।
ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1683903051.jpg)